DUBAI, UNITED ARAB EMIRATES - OCTOBER 11: Shaun Marsh of Australia speaks with former Australian Batsman Mike Hussey during day five of the First Test match in the series between Australia and Pakistan at Dubai International Stadium on October 11, 2018 in Dubai, United Arab Emirates. (Photo by Ryan Pierse/Getty Images)
ସିଡ୍ନୀ, ୨୯।୪(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ ମାଇକ ହସି ତାଙ୍କର ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ ଘୋଷଣା କରିଛନ୍ତି। ଏଥିରେ ସେ ୩ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ଏବେକାର ଅଧିନାୟକ ବିରାଟ କୋହଲିଙ୍କୁ ସେ ତାଙ୍କର ଏହି ଏକାଦଶରେ ସାମିଲ କରିଛନ୍ତି। ୨୦୦୫ରୁ ୨୦୧୩ ହସି ଟେଷ୍ଟ କ୍ରିକେଟରେ ସକ୍ରିୟ ଥିଲେ। ଯେଉଁ କ୍ରିକେଟରମାନଙ୍କ ବିରୋଧରେ ଟେଷ୍ଟ ଖେଳିଛନ୍ତି ସେମାନଙ୍କ ମଧ୍ୟରୁ ଖେଳାଳି ଚୟନ କରି ସେ ଏହି ଦଳ ଘୋଷଣା କରିଛନ୍ତି।
ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ସେହ୍ବାଗଙ୍କୁ ଦଳରେ ନେଇଛନ୍ତି ବୋଲି ୪୪ ବର୍ଷୀୟ ହସି କହିଛନ୍ତି। ସେହ୍ବାଗ ଓ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥ୍ଙ୍କୁ ସେ ଓପନର ହିସାବରେ ଏହି ଏକାଦଶରେ ସାମିଲ କରିଛନ୍ତି। ବ୍ୟାଟିଂ ଲାଇନ୍ ଅପ୍ରେ ସେ ବ୍ରାଏନ ଲାରା, ସଚିନ, କୋହଲି, ଜ୍ୟାକ କାଲିସ୍ ଓ କୁମାର ସାଙ୍ଗକାରାଙ୍କୁ ସାମିଲ କରିଛନ୍ତି। ୪ ଓ ୫ ନମ୍ବରେରେ ସଚିନ ଓ କୋହଲିଙ୍କୁ ହସି ବାଛିଛନ୍ତି।
ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନ୍, ମର୍ନ ମୋର୍କେଲ, ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ସ୍ପିନ୍ କିମ୍ବଦନ୍ତୀ ଶ୍ରୀଲଙ୍କାର ମୁଥିଆ ମୁରଲିଧରନଙ୍କୁ ବୋଲିଂ ବିଭାଗରେ ସେ ସ୍ଥାନ ଦେଇଛନ୍ତି। ତେବେ ସେ ତାଙ୍କର ଚେନ୍ନାଇ ସୁପର କିଙ୍ଗ୍ସ ସାଥି ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ଥାନ ଦେଇ ନାହାନ୍ତି। ଧୋନୀଙ୍କୁ ଏହି ଏକାଦଶରେ ସ୍ଥାନ ଦେବା ନିଷ୍ପତ୍ତି ନିହାତି କଷ୍ଟକର ଥିଲା। ତେବେ ଟେଷ୍ଟ ଫର୍ମାଟରେ ସାଙ୍ଗକାରା ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଥିବାରୁ ଧୋନୀଙ୍କୁ ବାଦ୍ ଦେବାକୁ ହେଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ, ସାଙ୍ଗକାରା ଓ ଏବି ଡିଭିଲର୍ସଙ୍କ ମଧ୍ୟରୁ ଜଣକୁ ଚୟନ କରିବା କଷ୍ଟକର ଥିଲା। ଧୋନୀ ଓ ଡିଭିଲର୍ସ ଟି୨୦ ଓ ଦିନିକିଆରେ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଟେଷ୍ଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାଙ୍ଗକାରା ଅଧିକ ସଫଳତା ହାସଲ କରିଛନ୍ତି। ନେଟ୍ସରେ ସାଥୀ ଅଷ୍ଟ୍ରେଲିଆ ବୋଲର ଗ୍ଲେନ ମ୍ୟାକଗ୍ରାଥ, ଶେନ ଓ୍ବର୍ନ ଓ ବ୍ରେଟ ଲିଙ୍କୁ ସମ୍ମୁଖୀନ ହେବା କଷ୍ଟକର ଥିଲା ବୋଲି ହସି କହିଛନ୍ତି।
ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ:
ବୀରେନ୍ଦ୍ର ସେହ୍ବାଗ, ଗ୍ରେମ୍ ସ୍ମିଥ୍, ବ୍ରାଏନ ଲାରା, ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ କାଲିସ୍, କୁମାର ସାଙ୍ଗକାରା, ଡେଲ୍ ଷ୍ଟେଇନ୍, ମର୍ନ ମୋର୍କେଲ, ଜେମ୍ସ ଆଣ୍ଡରସନ ଓ ମୁଥିଆ ମୁରଲିଧରନ।