Young woman doing yoga in morning park for Relaxing . Wellness and Healthy Lifestyle.
ଯୋଗ ମାଧ୍ୟମରେ ବିଭିନ୍ନ ରୋଗ ଭଲ ହେଉଛି। ତେଣୁ ନିଜକୁ ଫିଟ୍ ଓ ରୋଗମୁକ୍ତ କରିବା ପାଇଁ ଅନେକ ସକାଳୁ ସକାଳୁ ଯୋଗ କଲେ ମିିଳିଥାଏ ସୁଫଳ। ତେବେ ଯୋଗ କରିବା ପୂର୍ବରୁ ଓ ପରେ କେତେ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ଦରକାର ଓ କ’ଣ ଖାଇବା ଉଚିତ୍ ସେନେଇ ସତର୍କ ରହିବା ଆବଶ୍ୟକ। ଯୋଗଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ବୋଲି ଚାଇନା ବେଜିଂ ବିଶ୍ୱଦ୍ୟାଳୟର କେତେକ ପ୍ରଫେସର ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି। ଯୋଗ କଲେ ସିଧା ସଳଖ ହାଇପୋଥାଲାମସ୍ ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଶରୀରରେ ବିଭିନ୍ନ ହରମୋନ୍ସ୍ତରରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଯୋଗ ଏକ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଯୋଗ କରିବାର ୪୫ ମିନିଟ ପୂର୍ବରୁ ଫଳ ଖାଇହେବେ। ସକାଳେ ଯୋଗ କରିବା ଆଗରୁ ତେବେ ଗୋଟେ କପ୍ ଚା, ଗରମ ପାଣି ସହ ଲେମ୍ବୁ ରସ, ଗୋଟେ ଗ୍ଲାସ ଉଷୁମ କ୍ଷୀର ପିଇଲେ ଭଲ। ତେବେ ସକାଳୁ କିଛି ନଖାଇ ଖାଲି ପେଟରେ ଯୋଗ କରିବା ଫଳପ୍ରଦ ବୋଲି ଗବେଷଣା ରିପୋର୍ଟରେ ସୂଚିତ ହୋଇଛି।