ହରଡ଼ଘଣାରେ ମୋଦି ସରକାର: ୩ ବର୍ଷରେ ବେକାରଙ୍କ ସଂଖ୍ୟା ୮.୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ବେକାରି ସମସ୍ୟା ନେଇ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଗତ ୩ ବର୍ଷ ମଧ୍ୟରେ ବେକାରି ସମସ୍ୟା ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଅଗଷ୍ଟରେ ବେକାରସ୍ତର ୮.୪ ପ୍ରତିଶତ ରହିଛି। ଏହା ପୂର୍ବରୁ ୨୦୧୬ ସେପ୍ଟେମ୍ବରରେ ବେକାରସ୍ତର ଏଭଳି ଥିଲା ବୋଲି ସେଣ୍ଟର ଫର୍‌ ମନିଟରିଙ୍ଗ୍‌ ଇଣ୍ଡିଆନ୍‌ ଇକୋନୋମି ପକ୍ଷରୁ ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।