A police patrol car is seen outside a hospital where injured inmates were taken following a shootout among inmates at La Joyita prison, in Panama City, Panama December 17, 2019. REUTERS/Erick Marciscano
ତେଗୁସିଗଲପା,୨୩।୧୨: ହଣ୍ଡୁରାସର ଏକ ଜେଲ୍ରେ ରବିବାର ଝଗଡ଼ା ହୋଇ ୧୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାର ୨ ଦିନ ପୂର୍ବରୁ ମଧ୍ୟ ଅନ୍ୟ ଏକ ଜେଲ୍ରେ ଏଭଳି ଘଟଣା ଘଟିଥିବା ଦେଖାଯାଇଥିଲା। ସେଠାରେ ମଧ୍ୟ କଏଦୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଅନ୍ୟ ୧୬ କଏଦୀ ଗୁରୁତର ଆହତ ହୋଇଥିଲେ। ଏବେ ଯେଉଁ ଜେଲ୍ରେ କଏଦୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ସେଥିରେ ମାରଣାସ୍ତ୍ର ବ୍ୟବହାର କରାଯାଇଥିବା କୁହାଯାଉଛି। ଆବଶ୍ୟକତାଠାରୁ ଅଧିକ କଏଦୀ ଏହି ଜେଲରେ ଥିବାରୁ ଏମିତି ଘଟଣା ଘଟିଥିବା କୁହାଯାଉଛି।