Categories: ଅନୁଗୋଳ

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୯।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଜାମ୍ବୁନାଳୀ, ଅଶ୍ରୁବାହାଳ, ନାଗାଝରଣ, ଗୋଳାସର, ମଧପୁର ଆଦି ଗ୍ରାମ ଗୁଡ଼ିକରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ବିଭିନ୍ନ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏଥିସହିତ ଆମ୍ବ, କଦଳୀ ଗଛ ଗୁଡ଼ିକ ଭାଙ୍ଗି ନଷ୍ଟ କରିଦେଉଛନ୍ତି। ବାରମ୍ବାର ଏଭଳି ହାତୀ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ଏ ନେଇ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କହିଛନ୍ତି, ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।