India's captain Virat Kohli gestures during the Cricket World Cup match between India and Australia at the Oval in London, Sunday, June 9, 2019.(AP Photo/Frank Augstein)
ଓଭାଲ, ୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା। ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଦଣ୍ଡିତ ହୋଇ ପୁଣି କ୍ରିକେଟକୁ ଫେରିଥିବା ଅଷ୍ଟ୍ରେଲିଆ କ୍ରିକେଟର୍ ଷ୍ଟିଭ୍ ସ୍ମିଥ୍ ଭାରତ ବିପକ୍ଷ ମ୍ୟାଚରେ ବ୍ରାଉଣ୍ଡ୍ରି ପାଖରେ ଫିଲ୍ଡିଂ କରୁଥିବାବେଳେ ଦର୍ଶକ ତାଙ୍କୁ ଚିଟର୍..ଚିଟର୍ କହି ଚିଡାଇଥିଲେ। ବିରାଟ ଦର୍ଶକଙ୍କୁ ଏପରି ନ ଚିଡାଇବା ପାଇଁ କହିଥିଲେ। ମ୍ୟାଚ୍ ପରେ ବିରାଟ ଏନେଇ ନିଜ ପ୍ରତିକ୍ରିୟା ରଖି କହିଥିଲେ, ସ୍ମିଥ୍ କୌଣସି ଦୋଷ କରିନାହାନ୍ତି। ଯାହା ବି ଦୋଷ କରିଥିଲେ ସେଥିପାଇଁ ସେ ଦଣ୍ଡିତ ହୋଇସାରିଛନ୍ତି। କଠିନ ପରିଶ୍ରମରେ ସେ ପୁଣି ଥରେ ଦଳକୁ ଫେରିଛନ୍ତି। ତାଙ୍କୁ ଏଭଳି ଚିଡାଇବା ଆଦୌ ଉଚିତ୍ ନୁହେଁ। ଷ୍ଟାଡିୟମରେ ଅଧିକ ସଂଖ୍ୟାରେ ଭାରତୀୟ ଦର୍ଶକ ଉପସ୍ଥିତ ଥିବାରୁ ମୁଁ ଦର୍ଶକଙ୍କ ତରଫରୁ ସ୍ମିଥଙ୍କୁ କ୍ଷମା ମାଗୁଛି ବୋଲି ବିରାଟ କହିଛନ୍ତି। ସୂଚନାଯୋଗ୍ୟ, ବଲ ଟ୍ୟାମ୍ପରିଂ ଅଭିଯୋଗରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସ୍ମିଥ୍ଙ୍କୁ ଏକବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଥିଲା।