Woman holding gift box, cropped
କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ମଧ୍ୟ ସେପରି କିଛି ଉପାୟ ରହିଛି। ତାହା ହେଉଛି ଉପହାର। ସ୍ତ୍ରୀଙ୍କୁ ମନେଇବାକୁ ହେଲେ ଉପହାର ହିଁ ଯଥେଷ୍ଟ ବୋଲି ଅନେକେ କୁହନ୍ତି। ତେବେ ଆପଣ ଜାଣିଛନ୍ତି ବଲିଉଡ୍ ଅଭିନେତାମାନେ ତାଙ୍କ ସ୍ତ୍ରୀଙ୍କୁ ଦେଉଥିବା ଉପହାର ସମ୍ପର୍କରେ। ଏହା ସେମାନଙ୍କ ଲାଗି ସାଧାରଣ କଥା ହୋଇ ଥିଲେ ମଧ୍ୟ ସ୍ତ୍ରୀଙ୍କ ଖୁସି ଲାଗି ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି।
ତେବେ ଜାଣନ୍ତୁ ଏମାନେ ସ୍ତ୍ରୀଙ୍କୁ କ’ଣ ଦେଇଛନ୍ତି ଉପହାର…
ବିରାଟ-ଅନୁଷ୍କା
ଅନୁଷ୍କା ଶର୍ମାଙ୍କୁ ବିରାଟ କୋହଲି ଏକ ସୁନ୍ଦର ଉପହାର ଦେଇଛନ୍ତି ତାହା ହେଉଛି ମୁମ୍ବାଇର ଏକ ବିରାଟ ଅଟ୍ଟାଳିକା।
ରାଜ୍ କୁନ୍ଦ୍ରା – ଶିଳ୍ପା ସେଟ୍ଟୀ
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଅନେକ ଉପହାର ଦେଇଛନ୍ତି। ରାଜ୍ ଶିଳ୍ପାଙ୍କୁ ଦେଉଥିବା ଉପହାର ସବୁବେଳେ ଚମକପ୍ରଦ ହୋଇଥାଏ। ସେ ଦୁବାଇରେ ଶିଳ୍ପାଙ୍କୁ ଏକ ଆପାର୍ଟମେଣ୍ଟ ଓ ପରେ ଲଣ୍ଡନରେ ଏକ ଘର କିଣି ଦେଇଛନ୍ତି। ତା’ ସହ ଏକ ହୀରା ମୁଦି।
ଅକ୍ଷୟ କୁମାର- ଟ୍ବିଙ୍କିଲ ଖାନ୍ନା:
ବଲିଉଡ୍ର ଖିଲାଡି ଅକ୍ଷୟ କୁମାର ସ୍ତ୍ରୀ ଟ୍ବିଙ୍କିଲଙ୍କ ମନ ଜିଣିବାକୁ କୌଣସି ଉପାୟ ଛାଡି ନାହାନ୍ତି । ସେ ତାଙ୍କୁ ବେଣ୍ଟଲି କାର କିଣି ଦେଇଛନ୍ତି।
ଆନନ୍ଦ ଆହୁଜା-ସୋନମ କପୁର:
ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଆନନ୍ଦ ଆହୁଜା ଓ ସୋନମ କପୁର ମଧ୍ୟ ଉପହାର ମାମଲାରେ ବେଶ୍ ସକ୍ରିୟ। ଆନନ୍ଦ ନିକଟରେ ସୋନମଙ୍କୁ ଏକ ବଙ୍ଗଳା ଉପହାର ଦେଇଛନ୍ତି। ଏହାର ମୂଲ୍ୟ ୧୫୦ କୋଟିରୁ ଅଧିକ।