West Indies' Kieran Pollard gestures and he speaks to umpire over the run out decision of Darren Bravo during the third one day international cricket match between Sri Lanka and West Indies in Pallekele, Sri Lanka, Sunday, March 1, 2020. (AP Photo/Eranga Jayawardena)
ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ୫୦୦ ଟି୨୦ ମ୍ୟାଚ୍ ଖେଳିଛନ୍ତି। ଏଥିସହ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ୧୦ ହଜାର ରନ୍ ପୂରଣ କରିବାରେ ବିଶ୍ୱର ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଅଧିନାୟକ ପୋଲାର୍ଡ ଏହି ମ୍ୟାଚ୍ ପୂର୍ବରୁ ଉଭୟ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟରେ ମୋଟ ୯,୯୬୬ ରନ୍ କରିଥିଲେ। ଏହି ମ୍ୟାଚ୍ରେ ସେ ୧୫ ବଲରେ ୩୪ ରନ୍ କରି ନିଜ ଦେଶର ବିସ୍ଫୋରକ ଓପନର କ୍ରିସ ଗେଲଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଗେଲ ଟି୨୦ ଫର୍ମାଟରେ ସର୍ବାଧିକ ୧୩,୨୯୬ ରନ୍ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ବ୍ୟତୀତ ୩୨ ବର୍ଷୀୟ ଖେଳାଳି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନରେ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟ ଖେଳନ୍ତି। ଏହି ଅବସରରେ ଗେଲ ଟୁଇଟ୍ କରି ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୫୦୦ ମ୍ୟାଚ୍ ଖେଳିବା ଓ ୧୦ ହଜାର ରନ୍ କ୍ଲବରେ ସାମିଲ ହେବା ପାଇଁ ଶୁଭେଚ୍ଛା ବୋଲି ପୋଲାର୍ଡ ଟୁଇଟ୍ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୬ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୭୧ ରନ୍ରେ ସୀମିତ ରହିଥିଲା। ଏହି ବିଜୟ ସହ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ କରିଛି।