Categories: Home Leftଖେଳ

ସ୍ବତନ୍ତ୍ର ଅଧିନାୟକଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୪।୧୦- ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। କେବଳ ୨୫୪ ରନ୍‌ର ଅପରାଜିତ ଇନିଂସ, ତାହା ନୁହେଁ ସେ ଅଷ୍ଟ୍ରେଲିଆ ଷ୍ଟିଭ ଓ୍ବ ଏବଂ ରିକି ପଣ୍ଟିଂଙ୍କ ଭଳି ଅଧିନାୟକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଇନିଂସ ଓ ୧୩୭ ରନ୍‌ର ବିଜୟ କୋହଲିଙ୍କ ନେତୃତ୍ୱରେ ଭାରତର ୩୦ତମ ବିଜୟ। ୫୦ ମ୍ୟାଚ୍‌ରେ ଯେକୌଣସି ଦଳର ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ କୋହଲିଙ୍କ ବିଜୟ ପ୍ରତିଶତ ୩ୟ ସର୍ବାଧିକ। ଏହି ଧାରାରେ ଓ୍ବ’ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫୦ ମ୍ୟାଚ୍‌ରୁ ୩୭ ଜିତିଥିଲା। ତାଙ୍କ ପଛକୁ ପଣ୍ଟିଂ ଅଧିନାୟକ ଥିବାବେଳେ ଦଳ ୫୦ ମ୍ୟାଚ୍‌ରୁ ୩୫ ମ୍ୟାଚ୍‌ ଜିତିଥିଲା। ମୋଟ ଉପରେ ଓ୍ବ କ୍ୟାପଟେନ ଭାବେ ୫୭ ଟେଷ୍ଟ ଖେଳିଥିଲେ, ଯେଉଁଥିରୁ ୪୧ ମ୍ୟାଚ୍‌ ଦଳ ଜିତିଥିଲା। ତାଙ୍କ ବିଜୟ ହାର ୭୧.୯୨ ଥିଲା। ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ପଣ୍ଟିଂ ୭୭ରୁ ୪୮ରେ ବିଜୟୀ ହୋଇଥିଲେ। ତାଙ୍କର ବିଜୟ ହାର ଥିଲା ୬୦ ପ୍ରତିଶତ। ଏହି ତାଲିକାରେ ଅଧିନାୟକ ଭାବେ ୫୦ ମ୍ୟାଚ୍‌ ଖେଳି ୩୦ଟି ଜିତିଥିବା କୋହଲିଙ୍କ ବିଜୟ ହାର ଏବେ ୬୦.୦୦ରେ ପହଞ୍ଚତ୍ଛି।