ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ବଇଣ୍ଡା,୧୫।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବୈଜୟନ୍ତୀ ଭୋଇ(୨୬)ଙ୍କୁ ତାଙ୍କ ସ୍ବାମୀ ଅକ୍ଷୟ ଭୋଇ, ଶାଶୁ ଉମା ଭୋଇ, ଶ୍ୱଶୁର ସଞ୍ଜୟ ଭୋଇ ନିର୍ଯାତନା ଦେଉଥିବା ରବିବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୯୪/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅକ୍ଷୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି, ଅକ୍ଷୟ ୨୦୧୪ରେ କରଡ଼ାବାହାଳି(ଖ) ଗ୍ରାମର ବୈଜୟନନ୍ତୀଙ୍କୁ ବିବାହ କରିଥିଲେ। ହେଲେ ଗତ କିଛିମାସ ହେବ ବାରମ୍ବାର ଶାଶୁଘର ପରିବାର ଲୋକ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରୁଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।

Share
Tags: dhenkanal