England's Ben Stokes, right, with Jack Leach celebrates after scoring the winning runs on the fourth day of the 3rd Ashes Test cricket match between England and Australia at Headingley cricket ground in Leeds, England, Sunday, Aug. 25, 2019. (AP Photo/Jon Super) (AP Photo/Jon Super)
ଲିଡ୍ସ, ୨୫ା୮:ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମ୍ୟାଚ୍ ପରେ ସାଥୀ ଖେଳାଳି ଜ୍ୟାକ୍ ଲିଚ୍ ଦେଇଥିବା ଚୁମ୍ବନ ସବୁଠୁ ଖାସ୍ ଥିଲା। ଯାହା ସବୁଦିନ ପାଇଁ ମନେ ରହିବ ବୋଲି ଷ୍ଟୋକ୍ସ କହିଛନ୍ତି। ଏହା ସ୍ତ୍ରୀ ଦେଇଥିବା ଚୁମ୍ବନଠାରୁ ବି ଢେର୍ ଭଲ ଥିଲା ବୋଲି ସେ କହିଛନ୍ତି। ଇଂଲଣ୍ଡ ୩୫୯ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଷ୍ଟୋକ୍ସ ତେବେ ଷ୍ଟୋକ୍ସ ଜ୍ୟାକ ଲିଚ (୧*)ଙ୍କ ମଧ୍ୟରେ ଅନ୍ତିମ ଉଇକେଟରେ ୯୬ ରନର ଅପରାଜିତ ପାର୍ଟନରଶିପ ହୋଇଥିଲା। ଯାହା ମ୍ୟାଚ୍ ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଲିଚ ମାତ୍ର ୧ ରନ୍ କରିଥିଲେ ମଧ୍ୟ ଗୋଟିଏ ପରେ ଜଗି ରହୁଥିଲେ। ସୂଚନାଯୋଗ୍ୟ, ଫଳରେ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି।