Chittagong, BANGLADESH: Former Indian cricket captain Sourav Ganguly (L) and team mate Sachin Tendulkar leave the ground after scoring an unbeaten partnership of 163 runs on the first day of the the first cricket Test match between Bangladesh and India at the Ruhul Amin Cricket Stadium in Chittagong, 18 May 2007. India overcame the first-ball dismissal of opener Wasim Jaffer to pile up 295-3 on the opening day of the first cricket Test against Bangladesh. AFP PHOTO/Deshakalyan CHOWDHURY (Photo credit should read DESHAKALYAN CHOWDHURY/AFP/Getty Images)
ମୁମ୍ବାଇ, ୨୮।୪-
ଭାରତୀୟ କ୍ରିକେଟରେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲି ଦୁଇ ପ୍ରତିଷ୍ଠିତ କ୍ରିକେଟର। ଉଭୟେ ଅନେକ ମ୍ୟାଚରେ ଏକାକୀ ଭାରତକୁ ବିଜୟ ସ୍ବାଦ ଚଖାଇଛନ୍ତି। ଏକଦା ଉଭୟଙ୍କର ପାର୍ଟନରଶିପ୍ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡର ଅଧିକାରୀ ହୋଇଥିଲା। ମାତ୍ର ଏପରି ଦିନ ଆସିଥିଲା ଯେବେ ସୌରଭଙ୍କ ଉପରେ ରାଗିଥିଲେ ସଚିନ। ଏହାକୁ ଏବେ ସର୍ବସମ୍ମୁଖକୁ ଆଣିଛନ୍ତି ସୌରଭ। ୧୯୯୭ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର କଥା। ବାର୍ବାଡୋସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଭଲ ସ୍ଥିତିରେ ଥିବାରୁ ମ୍ୟାଚ ଜିତିବା ସହ ସିରିଜରେ ଅଗ୍ରଣୀ ନେବା ସମ୍ଭାବନା ସୃଷ୍ଟି କରିଥିଲା। ଭାରତ ସମ୍ମୁଖରେ ମାତ୍ର ୧୨୦ରନ ବିଜୟ ଲକ୍ଷ୍ୟ ମଧ୍ୟ ରହିଥିଲା। ମାତ୍ର ଦଳ ଅତ୍ୟନ୍ତ ଖରାପ ବ୍ୟାଟିଂ କରି ୮୧ରନରେ ଅଲଆଉଟ ହୋଇଯାଇଥିଲା। ଏଥିରେ ମର୍ମାହତ ହୋଇଥିଲେ ଅଧିନାୟକ ସଚିନ। କାରଣ ଭାରତ ଏହି ଟେଷ୍ଟକୁ ଜିତିପାରିଥାନ୍ତା ବୋଲି ତାଙ୍କର ହୃଦ୍ବୋଧ ହୋଇଥିଲା। ଏହା ହୋଇଥିଲେ ଭାରତ ୧୯୯୦ପରେ ପ୍ରଥମଥରପାଇଁ ବିଦେଶରେ ସିରିଜ ବିଜୟପାଇଁ ସୁଯୋଗ ସୃଷ୍ଟି କରି ପାରିଥାନ୍ତା। ମ୍ୟାଚପରେ ପ୍ରଥମଥରପାଇଁ ଡ୍ରେସିଂ ରୁମ୍ରେ କାନ୍ଦିଥିଲେ ସଚିନ। ସୌରଭଙ୍କ ଉପରେ ନିଜ ରାଗ ଶୁଝାଇଥିଲେ । ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ତୁମକୁ ପ୍ରତି ଇନିଂସରେ ରନ ସଂଗ୍ରହ କରିବାକୁ ପଡ଼ିବ ବୋଲି ସୌରଭଙ୍କୁ କହିଥିଲେ। ଜଣେ ଅଧିନାୟକଭାବେ ସଚିନଙ୍କ ରାଗ ଯଥାର୍ଥ ଥିଲା ବୋଲି କହିଛନ୍ତି ସୌରଭ। ”ମୁଁ ଛୋଟ ବେଳରୁ ସଚିନଙ୍କ ବ୍ୟାଟିଂକୁ ଦେଖି ଆସୁଥିଲି। ତେଣୁ ସେ କ୍ରିଜ୍ରେ କ’ଣ ଚାହାନ୍ତି ତାହା ମୁଁ ଜାଣି ପାରୁଥିଲି। ପରେ ଆମେ ସାଥି ହୋଇ ଖେଳିଲୁ ଏବଂ ଅନେକ ମ୍ୟାଚରେ ଇନିଂସ ଓପନ କରିଛୁ। କେଉଁ ସ୍ଥାନରେ ଖେଳିଲେ ଭଲ ହେବ ଏବଂ କେଉଁ ଖେଳାଳିଙ୍କ ଉପରେ ରାଗିବା ଉଚିତ ତାହା ସଚିନଙ୍କୁ ଭଲଭାବେ ଜଣାଥିଲା“ ବୋଲି କହିଛନ୍ତି ସୌରଭ। ପ୍ରକାଶଯୋଗ୍ୟ ଯେ, ବାର୍ବାଡୋସରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଶିବନାରିନ ଚନ୍ଦରପଲଙ୍କ ଶତକ(୧୩୭) ସତ୍ତ୍ବେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୨୯୮ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତ ସଚିନଙ୍କ ୯୨ ଓ ରାହୁଲ ଡ୍ରାଭିଡଙ୍କ ୭୮ ରନ ସହାୟତାରେ ୩୧୯ ରନକରି ଅଗ୍ରଣୀ ହାସଲ କରିଥିଲା। େଓଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୪୦ରେ ଅଲଆଉଟ ହୋଇଯିବାରୁ ଭାରତର ବିଜୟ ସମ୍ଭାବନା ଦୃଢ଼ୀଭୂତ ହୋଇଥିଲା। ମାତ୍ର ଭାରତ ଦ୍ୱିତୀୟ ଇନିଂସରେ ୮୧ ରନରେ ଅଲଆଉଟ ହୋଇଯାଇଥିଲା। ସୌରଭ ଦୁଇଟି ଇନିଂସରେ ଯଥାକ୍ରମେ ୨୨ ଓ ୮ ରନ କରିବାକୁ ସକ୍ଷମ ହୋଇଥିଲେ।