U.S. President Donald Trump addresses the daily coronavirus response briefing as Education Secretary Betsy DeVos and Agriculture Secretary Sonny Perdue listen at the White House in Washington, U.S., March 27, 2020. REUTERS/Jonathan Ernst
ଓ୍ବାଶିଂଟନ,୩୦।୩: ଆମେରିକାରେ କରୋନା ଭାଇରସ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରି ସାରିଲାଣି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ଡିଷ୍ଟାନସିଂ ଗାଇଡ୍ ଲାଇନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହ୍ବାଇଟ ହାଉସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଟ୍ରମ୍ପ ଏହା ପ୍ରକାଶ କରିଛନ୍ତି। ମଙ୍ଗଳବାର ସୁଦ୍ଧା ଏ ସମ୍ପର୍କିତ ସମସ୍ତ ତଥ୍ୟ ଆମେରିକାବାସୀଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରୁ ସେଠାରେ ସୋସିଆଲ ଡିଷ୍ଟାନସିଂ ଲାଗୁ କରାଯାଇଥିଲା। ହେଲେ କରୋନା ସଂକ୍ରମଣର ଦ୍ରୁତ ଗତିକୁ ଦେଖି ଏବେ ଏହାକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି। ରବିବାର ସୁଦ୍ଧା ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୯,୦୦୦ ହୋଇଥିବା ଜଣାପଡିଛି।