??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି,୧୨ା୪(ଡି.ଏନ୍.ଏ) : ସୋମବାର ମହାବିଷୁବ ସଂକ୍ରାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ହେବ ନାହିଁ ଭକ୍ତଙ୍କ ସମାଗମ। ଲକ୍ଡାଉନ୍ ହୋଇଥିବାରୁ ୧୯ଦିନ ହେଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି। ପ୍ରଥା ଅନୁସାରେ ବୈଶାଖ ମାସ ସଂକ୍ରାନ୍ତି ଓ ମାସର ସବୁ ସୋମବାର ସ୍ଥାନୀୟ ବାରପଡ଼ା ଅଞ୍ଚଳର ଗୋପାଳମାନେ ବାବାଙ୍କ ମସ୍ତକରେ ଜଳଲାଗି କରନ୍ତି । ସେମାନେ ବୈତରଣୀ ନଦୀରୁ ପାଣି ଭାର କରି ଆଣି ଏହି ଜଳଲାଗି କରିଥା’ନ୍ତି। ଏହାସହ ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ ବାବାଙ୍କ ଶୀତଳ ଉପଚାର ପୂଜା। ଚଳିତ ବର୍ଷ କରୋନା କଟକଣା ଯୋଗୁ ଗୋପାଳମାନେ ଏହି ଜଳଲାଗି କରିପାରିବେ ନାହିଁ। ଏନେଇ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ଯାଦବ ସଂଘ ମଧ୍ୟ ମାନି ନେଇଥିବା ଜଣାପଡ଼ିଛି। ହେଲେ ବାବାଙ୍କ ଶୀତଳ ଉପଚାର ପୂଜା ବନ୍ଦ ହେବନାହିଁ। ସେବାୟତମାନେ ପୂର୍ବପରି ବାବାଙ୍କ ମସ୍ତକ ଉପରେ ଝୁଲା ହୋଇଥିବା ଏକମାତ୍ର ଛିଦ୍ର ଥିବା ପିତ୍ତଳ ହାଣ୍ଡିରେ ଜଳ ଭରିବେ। ଦିନ ତମାମ ତାହା ବାବାଙ୍କ ମସ୍ତକରେ ପଡ଼ିବ। ବୈଶାଖରେ ଟାଣ ଖରା ହେଉଥିବାରୁ ଏହି ଶୀତଳ ଉପଚାର ପୂଜା ହୋଇଥାଏ ବୋଲି ସେବାୟତ ମାନେ କହିଛନ୍ତି। ଚଳିତବର୍ଷ ଏହି ଶୀତଳ ଉପଚାର ପୂଜା ସେବାୟତମାନେ କରିବେ ବୋଲି ସୂଚନା ରହିଛି ।