ସୋମବାର ଇଦ୍‌: ଜମ୍ମୁ-କଶ୍ମୀରରେ ଲୋକଙ୍କ ଘର ପାଖରେ ସରକାର ପହଞ୍ଚାଉଛନ୍ତି ପନିପରିବା

ଶ୍ରୀନଗର,୧୧।୮: ସୋମବାର ଇଦ୍‌ ଥିବାରୁ ଜମ୍ମୁ-କଶ୍ମୀରରେ ଲୋକଙ୍କ ସୁବିଧା ପାଇଁ ସରକାର ଲୋକମାନଙ୍କ ଘର ପାଖରେ ପନିପରିବା ପହଞ୍ଚାଉଛନ୍ତି। ଲୋକଙ୍କର ଯେଭଳି କୌଣସି ଅସୁବିଧା ନ ହେବ ସେଥିଲାଗି ସାଢ଼େ ୩ ହଜାର ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶାନ୍ତି ଶୃଙ୍ଖଳା ସହିତ ଯେଭଳି ଇଦ୍‌ର ସମବେତ ନମାଜ୍‌ ପାଠ ସମ୍ପନ୍ନ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ଯାନବାହନର ଯାଞ୍ଚ୍‌ କରାଯାଉଥିବା କୁହାଯାଉଛି।