Categories: Home Leftଖେଳ

ସେଲ୍‌ଫ ଆଇସୋଲେଶନରେ ରହିବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୦।୩- ଷ୍ଟାର ଜଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଏନ୍‌ଆଇଏସ୍‌ ପଟିଆଲଠାରେ ୧୪ ଦିନ ପାଇଁ ସେଲ୍‌ଫ ଆଇସୋଲେଶନରେ ରହିବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିର୍ଦ୍ଦେଶ ଦେଇଛି। ସେ ତୁର୍କୀରେ ଟ୍ରେନିଂ ସାରି ଫେରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ଚୋପ୍ରା ଓ ରୋହିତ ଯାଦବଙ୍କୁ ସମସ୍ତ ପ୍ରକାର ସୁବିଧା ଥିବା ହଷ୍ଟେଲରେ ରହିବାକୁ ହେଲେ ଅନ୍ୟ କୌଣସି ଆଥ୍‌ଲେଟଙ୍କ ସହ ୧୪ ଦିନ ପର୍ଯ୍ୟନ୍ତ ମିଶି ପାରିବେ ନାହିଁ। ସେମାନଙ୍କୁ ରୁମ୍‌ ଆଲଟ ହୋଇସାରିଛି। ସେମାନେ ହଷ୍ଟେଲ ନିକଟରେ ଥିବା ପୂରୁଣା ଜିମ୍‌ ବ୍ୟବହାର କରିପାରିବେ ବୋଲି ସୂତ୍ରରୁ କୁହାଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଶିବମାଲ ଓ ବିପିନ ଛୁଟି ନେଇ ଘରକୁ ଫେରିଛନ୍ତି। ବିଦେଶରୁ ଫେରିଥିବା ପ୍ରତ୍ୟେକ ଆଥ୍‌ଲେଟଙ୍କ ଇନ୍ଦୀରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍କ୍ରିନଡ କରାଯାଇଥିଲା। ସେଠାରେ କୌଣସି ଲକ୍ଷଣ ନ ଥିବା ଜଣା ପଡ଼ିଥିଲା। ମାତ୍ର ଏନ୍‌ଆଇଏସ୍‌ରେ ପହଞ୍ଚତ୍ବା ପରେ ସାଇ ୧୪ ଦିନ ସେଲ୍‌ଫ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲା।