Categories: Home Leftଖେଳ

ସେଲ୍‌ଫ ଆଇସୋଲେଶନରେ ବିଶ୍ୱ ଚାମ୍ପିୟନ ଜୋଶୁଆ

ଲଣ୍ଡନ,୨୬।୩- ବିଶ୍ୱ ହେବିଓ୍ବେଟ ବକ୍ସିଂ ଚାମ୍ପିୟନ ଆନ୍ଥୋନୀ ଜୋଶୁଆ ନିଜକୁ ସେଲ୍‌ଫ ଆଇସୋଲେଶନରେ ରଖିଛନ୍ତି। ସେ କରୋନାରେ ପୀଡ଼ିତ ପ୍ରିନ୍ସ ଚାଲର୍‌ସଙ୍କୁ ଭେଟିଥିଲେ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବଡ଼ ପୁଅ ପ୍ରିନ୍ସ ଚାଲର୍‌ସଙ୍କଠାରେ ପ୍ରଥମେ ଲକ୍ଷଣ ଦେଖା ଦେଇଥିଲା। ଜୋଶୁଆ ଏବେ ସ୍କଟଲାଣ୍ଡଠାରେ ନିଜକୁ ସେଲ୍‌ଫ ଆଇସୋଲେଶନରେ ରଖିଥିବା ଅଫିସିଆଲଙ୍କ ପକ୍ଷରୁ କୁହାଯାଇଛି। ଜୋଶୁଆଙ୍କ ଜଣେ ପ୍ରବକ୍ତା କହିଛନ୍ତି, ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ସେ ଘରେ ଆଇସୋଲେଶନରେ ରହିଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି। କରୋନା ପୀଡ଼ିତାଙ୍କ ଶୀଘ୍ର ସ୍ବାସ୍ଥ୍ୟ କାମନା କରିଛନ୍ତି। ଜୋଶୁଆ ଚ୍ୟାଲେଞ୍ଜର କୁବ୍ରାଟ ପୁଲେଭଙ୍କ ବିପକ୍ଷରେ ଆଇବିଏଫ, ଡବ୍ଲ୍ୟୁବିଏ ଓ ଡବ୍ଲ୍ୟୁବିଓ ଟାଇଟଲ ବଜାୟ ରଖିଥିଲେ। କରୋନା ଭାଇରସ ଯୋଗୁ ଡବ୍ଲ୍ୟୁବିସି ଚାମ୍ପିୟନ ଟାଇସନ ଫ୍ୟୁରିଙ୍କ ସହ ହେବାକୁ ଥିବା ମୁକାବିଲାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରାଯାଇପାରେ।