ସେଲ୍ଫ ଆଇସୋଲେଶନରେ ସ୍ବାସ୍ଥ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୦।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ସଂକ୍ରମଣ ଏବେ ଦିଲ୍ଲୀଠାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଲଣ୍ଡନରୁ ଫେରିବା ପରେ କରୋନା ଭାଇରସରେ ପୀଡ଼ିତ ହୋଇଥିବା ନେଇ ଜାଣି ନ ପାରି ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା କନିକା ଯେତେ ଲୋକଙ୍କ ସହ ମିଶିଛନ୍ତି ସେମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି। ବିଶେଷ ଭାବେ ଏଥିରେ ଯୋଗ ଦେଇଥିବା ରାଜନେତାଙ୍କ ମଧ୍ୟରୁ କେତେଜଣ ନିଜକୁ ଆଇସୋଲେଶନରେ ରଖିଥିବା ଜଣାପଡିଛି। ଉତ୍ତରପ୍ରଦେଶର ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ ଶୁକ୍ରବାର ସେଲ୍ଫ ଆଇସୋଲେଶନରେ ଥିବା ସୂଚନା ଦେଇଛନ୍ତି। ବଲିଉଡ୍‌ ସେଲିବ୍ରିଟି କନିକାଙ୍କ ପାର୍ଟିରେ ଯାଇଥିବାରୁ ଆଉ ଏବେ କନିକା କରୋନା ପିଜିଟିଭ ଥିବା ଜଣାପଡିବା ପରେ ଚିନ୍ତାରେ ପଡି ଯାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ତାଙ୍କ ପୂର୍ବରୁ ଭାରତୀୟ ଜନତା ପାର୍ଟି ନେତ୍ରୀ ବସୁନ୍ଧରା ରାଜେ ତାଙ୍କ ପୁଅ ଦୁଷ୍ୟନ୍ତ ସିଂ ମଧ୍ୟ କନିକାଙ୍କ ପାର୍ଟିରେ ଯୋଗ ଦେଇଥିବାରୁ ସେଲ୍ଫ ଆଇସୋଲେଶନରେ ରହିଛନ୍ତି।