London: United States' Serena Williams celebrates after winning a point against United States' Alison Riske during a women's quarterfinal match on day eight of the Wimbledon Tennis Championships in London, Tuesday, July 9, 2019. AP/PTI(AP7_9_2019_000176B)
ଲଣ୍ଡନ, ୧୦ା୭- ସେରେନା ଓ୍ବିଲିୟମ୍ସ ଓ ସିମୋନା ହାଲେପ୍ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏକ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଏହି ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ୬-୪, ୪-୬, ୬-୩ ସେଟ୍ରେ ନିଜ ଦେଶର ଆଲିସନ ରିସ୍କେଙ୍କୁ ହରାଇ ଦେଇଛନ୍ତି। ସେରେନା ତାଙ୍କର ୮ମ ଓ୍ବିମ୍ବେଲଡନ ଟାଇଟଲ ଅଭିଯାନରେ ରହିଛନ୍ତି। ଏଥର ଟୁର୍ନାମେଣ୍ଟରେ ସେ ତାଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ସେମିଫାଇନାଲରେ ସେ ବ୍ରିଟେନର ଜୋହନ କୋଣ୍ଟା କିମ୍ବା ଚେକ୍ ରିପବ୍ଲିକର ବାରବୋରା ଷ୍ଟ୍ରାଇକୋଭାଙ୍କୁ ଭେଟିବେ। ସେହିପରି ୭ମ ସିଡ୍ ସିମୋନା ହାଲେପ୍ ଚାଇନାର ଝାଙ୍ଗ୍ ଶୁଇଙ୍କ ବିପକ୍ଷରେ ୭-୬ (୭-୪), ୬-୧ ସେଟ୍ରେ ବିଜୟ ହାସଲ କରିଛନ୍ତି। ୨୦୧୪ ପରେ ସେ ପ୍ରଥମଥର ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରୋମାନିଆର ତଥା ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଗୁରୁବାର ସେମିଫାଇନାଲରେ ଏଲିନା ସ୍ବିତୋଲିନା କିମ୍ବା କାରୋଲିନା ମୁଚୋଭାଙ୍କୁ ଭେଟିବେ।