Traffic light
ଭବାନୀପାଟଣା,୩୧।୮(ଡି.ଏନ୍.ଏ.): ବର୍ତ୍ତମାନ ଯାନବାହନ ସଂଖ୍ୟା ବଢି ଚାଲିଥିବାରୁ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ସରକାରଙ୍କ ପରିବହହନ ବିଭାଗ ପକ୍ଷରୁ ମୋଟରଯାନ ଧାରା ୧୯୮୮କୁ ପରିବର୍ତ୍ତନ କରି ନୂତନ ନିୟମ ଏମ୍ଭି ଆକ୍ଟ ଲାଗୁ କରାଯାଇଛି। ବର୍ତ୍ତମାନ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଓ ଜିଲା ପୋଲିସ ପକ୍ଷରୁ ଏହାକୁ ଆଗାମୀ ସେପ୍ଟେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ ହେବାକୁ ସ୍ଥିର କରାଯାଇଛି। ବିନା ହେଲମେଟ୍, ସିଟ୍ବେଲ୍ଟ ନ ବାନ୍ଧିବା, ସିଗ୍ନାଲ ନ ମାନି ଗାଡ଼ି ଚଲାଇବା, ବାଇକ୍ରେ ୨ ରୁ ଅଧିକ ଯାତ୍ରୀ ବସିବା, ବିନା ଲାଇସେନ୍ସରେ ଗାଡି ଚଳାଇବା, ଆମ୍ବୁଲାନ୍ସକୁ ରାସ୍ତା ନ ଦେବା ଓ ମୋବାଇଲରେ କଥା ହୋଇ ଗାଡ଼ି ଚଲାଇବା ଭଳି କାର୍ଯ୍ୟକଳାପ ପ୍ରତି ପରିବହନ ଓ ପୋଲିସ ବିଭାଗ କଡ଼ା ନଜର ରଖି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ପ୍ରକାଶ କରିଛନ୍ତି। ଏଥିଲାଗି ଜରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି।