Indian cricket team captain Virat Kohli reacts during the third day of the second cricket test match between India and South Africa in Pune, India, Saturday, Oct. 12, 2019. (AP Photo/Rajanish Kakade)
ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ସେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟେଷ୍ଟ ମ୍ୟାଚ୍ ହେଉ କି ଏକଦିବସୀୟ, ଟି-୨୦ କ୍ରିକେଟର ସବୁ ଫର୍ମାଟରେ ସେ ନିଜ ଜଲଓ୍ବା ଦେଖାଇସାରିଲେଣି। କିନ୍ତୁ ଭାରତୀୟ କ୍ରିକେଟର ଗର୍ବ ବିରାଟ କୋହଲି ଭାରତ ନୁହେଁ, ପାକିସ୍ତାନ ପାଇଁ ଖେଳୁଥାନ୍ତେ ଯଦି ତାଙ୍କ ପରିବାର ୧୯୪୭ରେ ଏକ ବଡ ନିଷ୍ପତ୍ତି ନେଇ ନ ଥାନ୍ତେ। ୧୯୪୭ରେ ଭାରତ ଏବଂ ପାକିସ୍ତାନ ଦୁଇ ଭାଗ ହେବାପରେ କୋହଲିଙ୍କ ପରିବାର ପାକିସ୍ତାନ ପଳାଇଥିଲେ। କିନ୍ତୁ ତାଙ୍କ ପିତା ପ୍ରେମ କୋହଲି ସେଠାରେ ନ ରହି ଭାରତରେ ରହିବାର ନିଷ୍ପତ୍ତି ନେଇଥିଲେ। ସେ ନିଜ ପରିବାର ସହ ପାକିସ୍ତାନରୁ ମଧ୍ୟପ୍ରଦେଶର କଟନୀ ସହରକୁ ପଳାଇ ଆସିଥିଲେ। ୧୪ ବର୍ଷ ସେଠାରେ ରହିବା ପରେ ୧୯୬୧ରେ ସେମାନେ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀ ଆସିବା ପରେ ବିରାଟ କୋହଲି ୧୯୮୮ରେ ଜନ୍ମଗ୍ରହଣ କରିଥିଲେ।