A woman wears a mask as a preventive measure against the coronavirus outbreak, in Bangkok, Thailand February 3, 2020. REUTERS/Soe Zeya Tun
ବ୍ୟାଙ୍କକ୍,୬।୨: କରୋନାଭାଇରସରେ ଆକ୍ରାନ୍ତ ଥିବା ଥାଇଲାଣ୍ଡର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ। ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ମିଳିଛି। ୫୦ ବର୍ଷୀୟ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଟ୍ୟାକ୍ସି ଡ୍ରାଇଭର। ସେ ଚାଇନାର ପର୍ଯ୍ୟଟକଙ୍କୁ ନେବା ଆଣିବା ସମୟରେ ଏହି କରୋନାଭାଇରସର ଶିକାର ହୋଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଅନୁତିନ ଚାର୍ନଭିରାକୁଲ କହିଛନ୍ତି ୮ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ଖୁବ୍ଶୀଘ୍ର ସେମାନେ ମଧ୍ୟ ସୁସ୍ଥ ହୋଇଯିବେ। ଯେଉଁମାନେ ଏମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ଥାଇଲାଣ୍ଡ ସରକାର ସେଠାରେ ଥିବା ପ୍ରାୟ ୧୩୮ ଜଣ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିଲା।