ସୁରକ୍ଷାକର୍ମୀଙ୍କୁ ସଫଳତା: ସୋପୋରରୁ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ସୋପୋର ଅଞ୍ଚଳରୁ ଜଣେ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟ ୩ ଜଣ ସାଥିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି ଦାନିଶ୍‌ ଚନ୍ନା। ସେ ଏବଂ ତାଙ୍କ ସାଥି ଉତ୍ତର କଶ୍ମୀରରେ ସାଧାରଣ ଲୋକ, ଦୋକାନ ମାଲିକ, ସରପଞ୍ଚ ଏବଂ ଗାଁ ନିଶାପ କମିଟି ସଦସ୍ୟ ଆଦିଙ୍କୁ ଆକ୍ରମଣ କରୁଥିବାର ଅଭିଯୋଗ ହୋଇଛି। ବାରମୁଳାରେ କେତେକ ବ୍ୟବସାୟୀଙ୍କ ଘରେ ପଶି ଅଭିଯୁକ୍ତମାନେ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share