CUTTACK, DRIEMS, 20/02/2020: Odisha players celebrate after taking West Bengal’s Manoj Tiwari’s wicket in the ranji quarter final match at Drieams ground in Cuttack. Photo: Biswaranjan Rout
ଭୁବନେଶ୍ୱର,୨୦।୨- ଦୁଇ ବର୍ଷ ପରେ ରଣଜୀ କ୍ୱାର୍ଟର ଫାଇନାଲ ଖେଳୁଥିବା ଓଡ଼ିଶା ଦଳ ବେଙ୍ଗଲ ବିପକ୍ଷ ମ୍ୟାଚ୍ର ପ୍ରଥମ ଦିନ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣ କରିଥିଲେ ଓଡ଼ିଶା ପେସର। ବେଙ୍ଗଲ ଦଳ ଏକଦା ୧୪୧ ରନ୍ରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଲାଗୁଥିଲା ଦଳ ଶୀଘ୍ର ଅଲଆଉଟ୍ ହୋଇଯିବ। କିନ୍ତୁ ଅନୁସ୍ତୁପ ମଜୁମଦାର ଓ ଶାହବାଜ ଅହମ୍ମଦଙ୍କ ଯୋଡ଼ି ଆଉ ଓଡ଼ିଆ ବୋଲରଙ୍କୁ ଉଇକେଟ ଦେଇ ନ ଥିଲେ। ଦୁହେଁ ଅପରାଜିତ ସପ୍ତମ ଉଇକେଟ ପାଇଁ ୧୬୭ ରନ୍ର ଭାଗୀଦାରି କରିଛନ୍ତି। ଫଳରେ ବେଙ୍ଗଲ ଦିବସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୬ ଉଇକେଟ ହରାଇ ୩୦୮ ରନ୍ କରିଛି। ଅନୁସ୍ତୁପ ୧୩୬ ଓ ଶାହବାଜ ୮୨ ରନ୍ କରି ଅପରାଜିତ ରହିଛନ୍ତି। ଓଡ଼ିଶା ପକ୍ଷରୁ ବୋଲିଂରେ ସୂର୍ଯ୍ୟକାନ୍ତ ପ୍ରଧାନ, କନଓ୍ବାର ସିଂ ଚୌହ୍ବାନ ଦୁଇ ଲେଖାଏ ଏବଂ ମସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ପ୍ରତ୍ୟେକ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।