Owen Coyle head coach of Chennaiyin FC during the final of the Indian Super League ( ISL ) between ATK FC and Chennaiyin FC held at the Jawaharlal Nehru Stadium, Goa, India on the 14th March 2020. Photo by: Ron Gaunt / SPORTZPICS for ISL
ମାରଗାଓ, ୧୫।୩(ପି.ଟି.)- ଆଇଏସ୍ଏଲ୍ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍ ରନର୍ସଅପ୍ ହୋଇଛି। ତେବେ ଏହା ଚେନ୍ନାଇନ୍ ହେଡ୍ କୋଚ୍ ଓଓ୍ବେନ କୋଏଲ୍ଙ୍କର ହଜମ ହୋଇନାହିଁ। କୋତୋଟି ସୁଯୋଗ ମିଳିଥିଲେ ମଧ୍ୟ ଏହାର ସଦ୍ ଉପଯୋଗ ଆମେ କରିପାରି ନ ଥିଲୁ। ମ୍ୟାଚ୍କୁ ଠିକ୍ ଭାବେ ଫିନିସ କରିପାରି ନ ଥିଲୁ। ଏଟିକେ ଅପେକ୍ଷ ଭଲ ଖେଳିଥିଲେ ମଧ୍ୟ ଶେଷରେ ଆମକୁ ମୂଲ୍ୟ ଦେବାକୁ ହେଲା ବୋଲି ସେ କହିଛନ୍ତି।
ଗୋଲ ହିଁ ମ୍ୟାଚ୍ର ମୋଡ଼ ବଦଳାଇଥାଏ। ମ୍ୟାଚ୍ ଆରମ୍ଭରେ ଆମେ କେତୋଟି ସହଜ ସୁଯୋଗ ପାଇଥିଲୁ। କିନ୍ତୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲୁ। ଏଟିକେ ଅପେକ୍ଷାକୃତ ଭଲ ଦଳ ବୋଲି କେହି କହିପାରିବେ ନାହିଁ। ଚେନ୍ନାଇନ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲା। ପୁଣି ସହଜ ଗୋଲ ବରଣ ମଧ୍ୟ କରିଥିଲୁ। କିନ୍ତୁ ଏଟିକେ ଶାଣିତ ପ୍ରଦର୍ଶନ କରିଥିଲା। ଆମେ ଏ ଦୃଷ୍ଟିକୋଣରୁ ପଛରେ ରହଯାଇଥିଲୁ।
ଚେନ୍ନାଇନ୍ ଅଧିକ ସମୟ ବଲ୍କୁ ନିଜ ପାଖରେ ରଖିଥିଲା। କେବଳ ସେତିକି ନୁହଁ ଆମେ ଅଧିକ ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲୁ। ୭୦ ପ୍ରତିଶତ ବଲ୍ ପଜେସ୍ କରିଥିଲା ଚେନ୍ନାଇନ୍। କିନ୍ତୁ ସୁଯୋଗ ମିଳିବା ବଡ଼ କଥା ନୁହଁ। ଏହାକୁ ଗୋଲରେ ପରିଣତ କରିବା ସବୁଠାରୁ ବଡ଼ କଥା ବୋଲି ସେ କହିଛନ୍ତି। ଏଟିକେ ଗୋଲକିପର ଅରିନ୍ଦମ ଭଟାଚାର୍ଯ୍ୟଙ୍କୁ କୋଏଲ ପ୍ରଶଂସା କରିଛନ୍ତି। ସେ ଚେନ୍ନାଇନ୍ର କେତୋଟି ସୁଯୋଗକୁ ପଣ୍ଡ କରିଥିଲେ। ପ୍ରଥମାର୍ଦ୍ଧରେ ଏଟିକେ ଯେଉଁ ପ୍ରଥମ ଗୋଲ ଦେଇଥିଲା, ତାହା ଚମତ୍କାର ଥିଲା। ଗୋଲକିପର ଅରିନ୍ଦମ ହିଁ ମୋ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବୋଲି ସେ କହିଛନ୍ତି। ଏଟିକେ ବିଜୟୀ ହେବାରେ ଅରିନ୍ଦମଙ୍କ ଭୂମିକା ନିଶ୍ଚିତ ଭାବେ ଉଲ୍ଲେଖନୀୟ। ଗତ ଡିସେମ୍ବରରେ ଜନ୍ ଗେଗୋରୀଙ୍କୁ ବହିଷ୍କାର କରାଗଲା ପରେ କୋଏଲ ଚେନ୍ନାଇନର ହେଡ କୋଚ୍ ଦାୟିତ୍ୱ ନେଇଥିଲେ। ଦଳରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ସେମାନେ ସେମାନଙ୍କ କ୍ଲବକୁ ଭଲ ପାଆନ୍ତି। ଫାଇନାଲରେ ପରାସ୍ତ ହେବା ଓ ଏହାକୁ ସ୍ବୀକାର କରିବା ନିଶ୍ଚିତ ଭାବେ କଷ୍ଟକର। ତେବେ ଯେଉଁ ଖେଳାଳିମାନେ କ୍ଲବ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିବା ଓ ନୂଆ ପରିଚୟ ପ୍ରଦାନ କରିବା ନିଶ୍ଚିତ ଭାବେ ଗୁରତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।