Categories: Home Leftଖେଳ

ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିବାକୁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଦଳ ସହ ଯାତ୍ରା କରିଥିବା ଟିମ୍‌ ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିଆସିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ଦ୍ଦେଶ ଦେଇଛି। କାରିବିୟାନସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଥମଥର ପାଇଁ ଭାରତୀୟ କ୍ରିକେଟରେ ଏଭଳି ବିଡମ୍ବନା ଦେଖିବାକୁ ମିଳିଛି।
ସୁବ୍ରମନିୟମ ଏବେ ମୁମ୍ବାଇରେ ବିସିସିଆଇ ସିଇଓ ରାହୁଲ ସମ୍ମୁଖନରେ ହଜାର ହେବେ ଓ ସଫେଇ ଦେବେ। ଭାରତୀୟ ବୈଦେଶିକ ଅଧିକାରୀଙ୍କ ସହ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା ଓ ତାଙ୍କ ଏଥିପାଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ପଦର ସାକ୍ଷାତ୍‌କାର ପାଇଁ ତାଙ୍କ ନାମକୁ ସଂକ୍ଷିପ୍ତ ତାଲକାରେ ସାମିଲ କରାଯାଇଛି। ଏବେ ସେ ତାଙ୍କୁ ସାକ୍ଷାତକାର ପାଇଁ ସୁଯୋଗ ଦିଆଯିବ କି ନା ତାହା ଦେଖବାକୁ ବାକି ରହିଲା।
ଇତିମଧ୍ୟରେ ତାମିଲନାଡୁର ଏହି ପୂର୍ବତନ ଅଫ୍‌ ସ୍ପିନର ନିଜର ଆଚରଣ ପାଇଁ ନିସର୍ତ୍ତ କ୍ଷମାପ୍ରର୍ଥନା କରିଛନ୍ତି। ଗୁୟାନା ଓ ତ୍ରିନିଦାଦ ଏବଂ ଟବାଗୋ ସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିବାରୁ ସେ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି। ଷ୍ଟ୍ରେସ୍‌ ତଥା ଚାପ କାରଣୁ ସେ ଏଭଳି ଭୁଲ କରିଛନ୍ତି ବୋଲି କହିଛନ୍ତି। ୫୨ ବର୍ଷୀୟ ସୁବ୍ରମନିୟମ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କର ପୂର୍ବତନ କୋଚ୍‌ ହିସାବରେ ବେଶ୍‌ ଜଣାଶୁଣା। ସେ ୭୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୫୮ଟି ଉଇକେଟ ଅକ୍ତିଆର କରିଛନ୍ତି।
କିଛିଦିନ ତଲେ ଆଇସିସି ଦିନିକିଆ ବିଶ୍ୱକପ୍‌ ପରେ ସୁବ୍ରମଣ୍ୟମ ଏବଂ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସହଯୋଗୀ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ମିଆଦ ୪୫ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏହି ପଦବୀଗୁଡ଼ିକ ଲାଗି ସାନି ସାକ୍ଷାତ୍‌କାର ପ୍ରକ୍ରିୟା ଚାଲିଛି। ଭାରତୀୟ କ୍ରିକେଟ ଖେଳାଳିଙ୍କୁ ନେଇ ‘ଜଳ ସଂରକ୍ଷଣ’ ବିଷୟକ ଏକ କ୍ଷୁଦ୍ର ବିଜ୍ଞାପନର ଶୁଟିଂ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ବିସିସିଆଇ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜରେ ଅବସ୍ଥାପିତ ହାଇକିମଶନର ଦୁଇ ଉଚ୍ଚ ପଦାଧିକାରୀ ସୂଚାଇ ଦିଆଯାଇଥିଲା ଯେ, ଟିମ୍‌ ଇଣ୍ଡିଆର ପ୍ରଶାସନିକ ଅଧିକାରୀ ସୁବ୍ରମଣ୍ୟମଙ୍କ ସହ ଯୋଗାଯୋଗ କଲେ ଶୁଟିଂ ପାଇଁ ଖେଳାଳିଙ୍କ ସହାୟତା ମିଳିଯିବ। ମାତ୍ର ଗୁୟାନା ଏବଂ ତ୍ରିନିଦାଦ୍‌ ଟବାଗୋସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଦୁଇ ଉଚ୍ଚ ପଦାଧିକାରୀ ଯେତେବେଳେ ସୁବ୍ରମଣ୍ୟମଙ୍କ ସହିତ ଯୋଗାଯୋଗ କଲେ ମୋତେ ବାରମ୍ବାର କାହିଁକି କଲ୍‌ କରୁଛ ବୋଲି କହିଥିଲେ।