ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି, ଭକ୍ତଙ୍କୁ ବାରଣ

ମାଲକାନଗିରି,୨୩।୬(ଡି.ଏନ.ଏ): ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ମାଲକାନଗିରିରେ ଘୋଷଯାତ୍ରା ପାଳିତ ହୋଇଯାଇଛି ା ଜିଲା ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟ ଫାଟକରେ ତାଲା ପଡିଥିଲା। କୋଭିଡ-୧୯ ନିୟମକୁ ପାଳନ କରାଯାଇ ମନ୍ଦିର ବେଢ଼ା ଭିତରେ ରୀତିନୀତି ଅନୁଯାୟୀ ପଟିଦିଅଁଙ୍କ ପହଣ୍ଡି ବିଜେ ଅନୁଷ୍ଟିତ ହୋଇଥିଲାା ଏହାପରେ ମିିନି ରଥରେ ଦିଅଁଙ୍କୁ ରଖାଯାଇ ମନ୍ଦିର ପରିସରରେ ଅସ୍ଥାୟୀ ମାଉସୀ ମା’ ଘରେ ରଖାଯାଇଥିଲାା ଏଥିରେ ରାଜ ପୂରୋହିତ ବିନାୟକ ଶତପଥୀ, ଦେବତୋର ବିଭାଗର ପଦାଧିକାରୀ ତଥା ତହସିଲଦାର ଡଃ.ଗୁଣନିଧି ନାୟକ, ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ଓ କିଛି ସେବାୟତଙ୍କ ଉପସ୍ଥିତିରେ ଏହି ଘୋଷଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରୀ କରାଯାଇଥିବାରୁ କୌଣସି ଭକ୍ତଙ୍କ ସମାଗମ ହୋଇ ନ ଥିଲାା ସେହିପରି ଚିଦାନନ୍ଦ ସାହିସ୍ଥିତ ବନ ବିଭାଗର ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା କୋଭିଡ ନିୟମ-୧୯ ଅନୁଯାୟୀ ପାଳିତ ହୋଇଯାଇଛି ା ଏଥିରେ ଖଣ୍ଡିୟ ବନାଧିକାରୀ ପ୍ରଦୀପ ଦେବୀଦାସ ମୀରାସେ, ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ବନାଂଚଳ ଅଧିକାରୀ ବାସୁଦେବ ନାୟକ ଓ ବନକର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ା

Share
Tags: malkangiri