A employee works on 1 kg. gold bars in Ahlatci Metal Refinery in the central Anatolian city of Corum, Turkey, May 11, 2017. Picture taken May 11, 2017. REUTERS/Umit Bektas - RTS16BMC
ନୂଆଦିଲ୍ଲୀ,୨୧-୫: ଦେଶର ସୁନା ଆମଦାନୀ ଏପ୍ରିଲରେ ୫୪ ପ୍ରତିଶତ ବୃଦ୍ଧି ପାଇ ୩.୯୭ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଫଳରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରୁ ଚଳନ୍ତି ଜମା ନିଅଣ୍ଟ(ସିଏଡି)କୁ ନେଇ ଚିନ୍ତା ବଢ଼ିଯାଇଛି। ଗତବର୍ଷ ଏପ୍ରିଲରେ ସୁନା ଆମଦାନୀ ୨.୫୮ ବିଲିୟନ ଡଲାର ରହିଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ସୁନା ଆମଦାନୀ ବୃଦ୍ଧି ପାଇବା କାରଣରୁ ବାଣିଜ୍ୟ ନିଅଣ୍ଟ ପରିମାଣ ଏପ୍ରିଲରେ ୫ ମାସର ସର୍ବୋଚ୍ଚ ସ୍ତର ୧୫.୩୩ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଗତ ଆର୍ଥିକ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଚଳନ୍ତି ଜମା ନିଅଣ୍ଟ ପରିମାଣ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୨.୫%ରେ ପହଞ୍ଚତ୍ୟାଇଛି, ଯାହା କି ବର୍ଷକ ପୂର୍ବରୁ ସମାନ ଅବଧିରେ ୨.୧% ରହିଥିଲା। ସୂଚନାଯୋଗ୍ୟ ଯେ, ଫେବୃୟାରୀରେ ସୁନା ଆମଦାନୀ ହ୍ରାସ ପାଇଥିଲା। ଏହାପରେ ଏହା ଦୁଇ ଅଙ୍କ ହାରରେ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ମାର୍ଚ୍ଚରେ ଏହା ୩୧ ପ୍ରତିଶତ ବୃଦ୍ଧି ପାଇ ୩.୨୭ ବିଲିୟନ ଡଲାର ହୋଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ସୁନା ଆମଦାନୀରେ ଭାରତ ସର୍ବାଗ୍ରେ ରହିଛି। ଏହାରି ମାଧ୍ୟମରେ ଘରୋଇ ଗହଣା ଉଦ୍ୟୋଗର ଚାହିଦା ମେଣ୍ଟାଯାଇଥାଏ। ବାର୍ଷିକ ଆଧାରରେ ଭାରତ ୮୦୦ରୁ ୯୦୦ ଟନ ସୁନା ଆମଦାନୀ କରିଥାଏ। ଆର୍ଥିକ ବର୍ଷ ୨୦୧୮-୧୯ରେ ସୁନା ଆମଦାନୀ ୩ ପ୍ରତିଶତ ହ୍ରାସ ପାଇ ୩୨.୮ ବିଲିୟନ ଡଲାର ହୋଇଥିଲା।