Categories: Home Leftଖେଳ

ସିନ୍ଧୁ, ସେନ୍‌ କ୍ୱାର୍ଟରରେ

କାଉନ୍‌ସିଲ ବ୍ଲଫ୍ସ (ୟୁଏସ୍‌), ୧୫ା୭ (ପି.ଟି.): ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସିଧାସଳଖ ଗେମ୍‌ରେ ବିଜୟ ହାସଲ କରି ଏଠାରେ ଚାଲିଥିବା ୟୁଏସ୍‌ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ତୃତୀୟ ସିଡ୍‌ ଅଲିମ୍ପିକ ଡବଲ୍ସ ପଦକ ବିଜେତା ସିନ୍ଧୁ କୋରିଆର ସଙ୍ଗ୍‌ ଶୁଓ ୟୁନ୍‌ଙ୍କୁ ୨୧-୧୪, ୨୧-୧୨ରେ ହରାଇ ଦେଇଛନ୍ତି। ଗତ ସପ୍ତାହରେ ସାନି କାନାଡା ଓପନ ସୁପର ୫୦୦ ଟାଇଟଲ ଜିତିଥିବା ସେନ୍‌ ୨୧-୮, ୨୩-୨୧ରେ ଚେକ୍‌ ରିପବ୍ଲିକର ଜାନ୍‌ ଲୋଡାଙ୍କୁ ମାତ୍ର ୩୯ ମିନିଟ୍‌ରେ ପରାସ୍ତ କରିଛନ୍ତି। ସିନ୍ଧୁ ବର୍ତ୍ତମାନ ଚାଇନାର ଗାଓ ଫାଙ୍ଗ୍‌ ଜିଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ଏକ ଅଲ୍‌ ଇଣ୍ଡିଆନ ମୁକାବିଲାରେ ତୃତୀୟ ସିଡ୍‌ ସେନ୍‌ ଉଦୀୟମାନ ଚେନ୍ନାଇର ୧୯ବର୍ଷୀୟ ଏସ୍‌. ଶଙ୍କର ମୁଥୁସ୍ବାମୀଙ୍କୁ ଭେଟିବେ। ମୁଥୁସ୍ବାମୀ ହେଉଛନ୍ତି, ୨୦୨୨ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା। ସେ ଇସ୍ରାଏଲ୍‌ର ମିଶା ଜିଲ୍‌ବରମାନ୍‌ଙ୍କ ବିପକ୍ଷରେ ୨୧-୧୮, ୨୧-୨୩, ୨୧-୧୩ରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି।

Share