FILE PHOTO: Author Olga Tokarczuk attends a news conference to promote the movie 'Spoor' at the 67th Berlinale International Film Festival in Berlin, Germany, February 12, 2017. REUTERS/Michele Tantussi/File Photo
ଓ୍ବାର୍ସ: ପୋଲାଣ୍ଡ ଜନ୍ମିତ ଔପନ୍ୟାସିକ ଓଲ୍ଗା ଟୋକାରଜୁକ(୫୭)ଙ୍କୁ ୨୦୧୮ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣେ ନିରାମଷାଶୀ ଓ ପରିବେଶବିତ୍ ଭାବେ ସେ ବେଶ୍ ଜଣାଶୁଣା। ଜଣେ ରାଜନୈତିକ ସମୀକ୍ଷକ ଭାବେ ଆଇନଗତ ତ୍ରୁଟିକୁ ସେ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣୁଥିଲେ। ତାଙ୍କର ବିଭିନ୍ନ କବିତା, ସମାଲୋଚନାମୂଳକ ଲେଖା ପ୍ରକାଶ ପାଇଥିଲା। ଫଳରେ ୨୦୧୫ରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ଟୋକାରଜୁକ ଡଜନରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବାବେଳେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପୋଲାଣ୍ଡର ନାଇକ୍ ଲିଟରାରି ଆଓ୍ବାର୍ଡ, ବ୍ରିଟେନର ମ୍ୟାନ୍ ବୁକର ପ୍ରାଇଜ୍ ଭଳି ଅନେକ ପୁରସ୍କାର ତାଙ୍କୁ ମିଳିଛି। ତାଙ୍କର ଅନେକ ଲେଖା ନାଟକ ଓ ଫିଲ୍ମ ମାଧ୍ୟମରେ ପରିପ୍ରକାଶ ହୋଇଛି। ହିନ୍ଦୀ, ଜାପାନିଜ୍ ଭଳି ୨୫ ଭାଷାରେ ତାଙ୍କ ଲେଖା ପ୍ରକାଶ ପାଇଛି। ୧୯୬୨ରେ ଜନ୍ମଗ୍ରହଣ କରିଥିବା ଟୋକାରଜୁକ ଓ୍ବାର୍ସ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନରେ ସ୍ନାତକୋତ୍ତର ପାସ୍ କରିଥିଲେ ହେଁ ସାହିତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ତାଙ୍କର ପ୍ରଥମ ଉପନ୍ୟାସ ‘ ଦ ଜର୍ନି ଅଫ୍ ଦ ପିପୁଲ ଅଫ୍ ଦ ବୁକ୍’ ୧୯୯୩ରେ ଓ ‘ଫ୍ଲାଇଟ୍’ ୨୦୦୭ରେ ରିଲିଜ୍ ହୋଇଥିଲା। ୨୦୧୮ରେ ସେ ମ୍ୟାନ୍ ବୁକର ପ୍ରାଇଜ୍ ପାଇଥିଲେ। କେବଳ ସେତିକି ନୁହେଁ, ସେ ଅନେକ ସମ୍ମାନର ଅଧିକାରୀ। ନୋବେଲ ପୁରସ୍କାର ତାଙ୍କ ସାହିତ୍ୟ ରୁଚିକୁ ଅଧିକ ସୁଗମ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।