poses during the Sri Lanka 2015 ICC Cricket World Cup Headshots Session at the Rydges Latimer on February 8, 2015 in Christchurch, New Zealand.
ଲଣ୍ଡନ, ୩୦।୧ (ପି.ଟି.)- କ୍ରିକେଟ୍ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍ କ୍ଲବ (ଏମ୍ସିସି) ୩ ମ୍ୟାଚ୍ବିଶିଷ୍ଟ ଟି୨୦ ମ୍ୟାଚ୍ ଖେଳିବା ଲାଗି ପାକିସ୍ତାନ ଗସ୍ତରେ ଯିବ। ପାକିସ୍ତାନ ସୁପର୍ ଲିଗ୍ (ପିଏସ୍ଏଲ୍)ର ଦୁଇ ଟିମ୍ ଲାହୋର କ୍ୱାଲାଣ୍ଡର୍ସ ଓ ମୁଲତାନ ସୁଲତାନ ସମେତ ଘରୋଇ ଟି୨୦ ଚାମ୍ପିୟନ ନର୍ଦନ ବିପକ୍ଷରେ ଏମ୍ସିସି ଏହି ୩ଟି ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ଏମ୍ସିସି ଦଳ ଘୋଷଣା କରାଯାଇଛି। ବର୍ତ୍ତମାନ ଏମ୍ସିସିର ସଭାପତି ରହିଥିବା ପ୍ରାକ୍ତନ ଶ୍ରୀଲଙ୍କା ଅଧିନାୟକଙ୍କୁ ଏହି ୧୨ ଜଣିଆ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଇଂଲିଶ କାଉଣ୍ଟି କ୍ରିକେଟ୍ର କିଛି ପ୍ରମୁଖ ଖେଳାଳି ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଅଭିଜ୍ଞ ଅଲ୍ରାଉଣ୍ଡର ରବି ବୋପାରା ରହିଛନ୍ତି। ସୁରକ୍ଷା ଅଧିକାରୀଙ୍କ ତଦନ୍ତ ପରେ ଏହି ସିରିଜ ଚୂଡ଼ାନ୍ତ କରାଯାଇଛି। ଲାହୋରରେ ୨୦୦୯ରେ ଶ୍ରୀଲଙ୍କା ଖେଳାଳିଙ୍କ ବସ୍ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ କୌଣସି ଟେଷ୍ଟ ଖେଳୁଥିବା ଦେଶ ପାକିସ୍ତାନ ଗସ୍ତରେ ଆସିବାକୁ ସମ୍ମତି ପ୍ରକାଶ କରୁ ନ ଥିଲେ। କିନ୍ତୁ ଗତ ଡିସେମ୍ବରରେ ଶ୍ରୀଲଙ୍କା ପାକିସ୍ତାନ ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲା।
ଏମ୍ସିସି ଦଳ: କୁମାର ସାଙ୍ଗାକାରା (ଅଧିନାୟକ), ରବି ବୋପାରା, ମିଚେଲ ବର୍ଗେସ, ଓଲିଭର ହାନନ୍, ଫ୍ରେଡ୍ କ୍ଲାସେନ, ମିଚେଲ ଲେସ୍କ, ଆରୋନ୍ ଲିଲି, ଇମ୍ରାନ କ୍ୱାୟୁମ, ଓ୍ବିଲି ରୋଡସ୍, ସାଫିୟାନ ଶରିଫ, ରୋଏଲୋଫ୍ ଭାନ୍ ଡର୍ ମରଓ୍ବେ ଓ ରସ୍ ହ୍ବାଇଟଲୀ।