TOKYO, July 27, 2019 (Xinhua) -- Sai Praneeth B. of India competes during the men's singles semifinal against Kento Momota of Japan at Japan Open 2019 badminton tournament in Tokyo, Japan, July 27, 2019. Kento Momota won 2-0. (Xinhua/Du Xiaoyi/IANS
ନୂଆଦିଲ୍ଲୀ,୮ା୪ (ପି.ଟି.): କୋଭିଢ୍-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣିଥ୍ ବୁଧବାର ୪ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ ୮୦,୦୦୦ରୁ ଅଧିକ ମୃତ୍ୟୁ ବରଣ କରିସାରିଲେଣି। ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ପ୍ରଣିଥ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୂର୍ବରୁ ଅନ୍ୟ ଯେଉଁ କେତେଜଣ ବ୍ୟାଡ୍ମିଣ୍ଟନ ଖେଳାଳି ଏହି ମହାମାରୀ ବିରୋଧରେ ଲଢେଇ ପାଇଁ ଅର୍ଥଦାନ କରଇଛନ୍ତି, ସେମାନେ ହେଲେ ଅଲିମ୍ପିକ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ, ଲଣ୍ଡନ ଗେମ୍ସ କ୍ୱାର୍ଟରଫାଇନାଲିଷ୍ଟ ପାରୁପାଲ୍ଲୀ କାଶ୍ୟପ ଏବଂ ଜାତୀୟ ମୁଖ୍ୟକୋଚ୍ ପୁଲେଲା ଗୋପୀଚାନ୍ଦ।