Saina Nehwal of India hits a return against Kim Ga-eun of South Korea during their women's singles second round match at the 2019 Badminton Asia Championships in Wuhan in central China's Hubei province on April 25, 2019. (Photo by STR / AFP) / China OUT
ଉହାନ୍ (ଚାଇନା), ୨୭ା୪ (ପି.ଟି.)- ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିୟନଶିପ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳିମାନେ ଅଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଶୁକ୍ରବାର ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ କ୍ୱାର୍ଟରଫାଇନାଲରେ ପରାସ୍ତ ହୋଇଛନ୍ତି। ଫଳରେ ପ୍ରତିଯୋଗିତାରେ ଭାରତୀୟ ଅଭିଯାନ ଶେଷ ହୋଇଛି। ପୁରୁଷ ସିଙ୍ଗଲ୍ସରେ ସମୀର ବର୍ମା ମଧ୍ୟ ତାଙ୍କ କ୍ୱାର୍ଟରଫାଇନାଲ ମ୍ୟାଚ ହାରିଯାଇଛନ୍ତି। ସେ ଦ୍ୱିତୀୟ ସିଡ୍ ଚାଇନାର ଶି ୟୁକିଙ୍କଠାରୁ ପରାସ୍ତ ହୋଇଯାଇଛନ୍ତି। ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା କଡ଼ା ଟକ୍କର ଦେଇଥିଲେ ହେଁ ତୃତୀୟ ସିଡ୍ ତଥା ଜାପାନର ଆକାନେ ୟାମାଗୁଚିଙ୍କଠାରୁ ୧୩-୨୧, ୨୩-୨୧, ୧୬-୨୧ରେ ପରାସ୍ତ ହୋଇଯାଇଥିଲେ। ଏହି ମ୍ୟାଚ ୧ ଘଣ୍ଟା ଓ ୯ ମିନିଟ୍ ଧରି ଚାଲିଥିଲା। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ସ୍ଥାନୀୟ ଜଣେ ଅଣ ସିଡ୍ ଖେଳାଳି କାଇ ୟାନ୍ ୟାନ୍ଙ୍କଠାରୁ ୧୯-୨୧, ୯-୨୧ରେ ପରାଜିତ ହୋଇଯାଇଥିଲେ। ୟାନୟାନଙ୍କ ବିପକ୍ଷରେ ସିନ୍ଧୁଙ୍କର ଏହାଥିଲା ପ୍ରଥମ ପରାଜୟ।