ସଲମାନଙ୍କ ସହ କାମ କରିବେ ନୁସରତ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ସହ କାମ କରିବାକୁ ପ୍ରାୟତଃ ସବୁ ନାୟିକାଙ୍କର ଇଚ୍ଛା ଥାଏ। ଏବେ ଏହି ସୁଯୋଗ ପାଇବାକୁ ଯାଉଛନ୍ତି ନାୟିକା ନୁସରତ ଭରୁଚା। ବଲିଉଡ୍‌ରେ ଖୁବ୍‌ କମ୍‌ ନଜର ଆସିଥିବା ନୁସରତଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ଆଗାମୀ ଦିନରେ ନୁସରତ ସଲମାନଙ୍କ ପ୍ରଡକ୍ସନରେ ତିଆରି ହେବାକୁ ଥିବା ଫିଲ୍ମ ‘ବୁଲବୁଲ ମ୍ୟାରେଜ ହଲ୍‌’ରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଯଦିଓ ଅଫିସିୟାଲି ଏହାର ଘୋଷଣା କରାଯାଇ ନାହିଁ ତଥାପି ନୁସରତ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି। ଚଳିତ ବର୍ଷ ଶେଷ ଆଡକୁ ଏହାର ଶୁଟିଂ ଆରମ୍ଭ କରାଯିବାର ଯୋଜନା ରହିଛି। ଦୁଇ ଭାଇ ଓ ମ୍ୟାରେଜ ହଲକୁ ନେଇ ଏହାର କାହାଣୀ ଗତିଶୀଳ ହୋଇପାରେ। ଦିଲ୍ଲୀରେ ଏହାର ଅଧିକାଂଶ ସିନ୍‌ ଶୁଟିଂ କରାଯିବ ବୋଲି ଜଣାପଡିଛି।