Categories: Home Leftଖେଳ

ସର୍ଗିଓ ଅଗୁରୋଙ୍କ ପ୍ରିମିୟର ଲିଗ୍‌ ରେକର୍ଡ

ଲଣ୍ଡନ,୧୩।୧- ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର ସର୍ଗିଓ ଅଗୁରୋ ପ୍ରିମିୟର ଲିଗ୍‌ ଇତିହାସରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ କରିଥିବା ଖେଳାଳି ହେବାର ରେକର୍ଡ କରିଛନ୍ତି। ରବିବାର ଆଷ୍ଟାନ ଭିଲା ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌କୁ ୧-୬ ଗୋଲରେ ଜିତିନେଇଥିଲା ମାଞ୍ଚେଷ୍ଟର ସିଟି। ସ୍ପାନିଶ ଖେଳାଳି ସର୍ଗିଓ ୮୧ତମ ମିନିଟ୍‌ରେ ହ୍ୟାଟ୍ରିକ ପୂରଣ କରିଥିଲେ। ଏହା ପ୍ରିମିୟର ଲିଗ୍‌ରେ ତାଙ୍କର ୧୨ତମ ହ୍ୟାଟ୍ରିକ। ପ୍ରିମିୟର ଲିଗ୍‌ରେ ତାଙ୍କ ଗୋଲ ସଂଖ୍ୟା ୧୭୭ରେ ପହଞ୍ଚିଛି। ଏଥିସହ ସେ ଥିଏରି ହେନରି (୧୭୫ ଗୋଲ)ଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରିମିୟର ଲିଗ୍‌ ଇତିହାସରେ ସର୍ବାଧିକ ଗୋଲ ସ୍କୋରରଙ୍କ ତାଲିକାରେ ଅଗୁରୋ ଏବେ ଫ୍ରାଙ୍କ ଲାମ୍ପାର୍ଡଙ୍କ ସହ ମିଳିତ ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଶିରରରେ ସର୍ବାଧିକ ୨୬୦ ଗୋଲ ସହ ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ଓ୍ବେନ ରୁନି (୨୦୮) ଓ ଆଣ୍ଡ୍ର୍ୟୁ କୋଲ (୧୮୭) ପ୍ରିମିୟର ଲିଗ୍‌ରେ ଅଗୁରୋଙ୍କଠାରୁ ଅଧିକ ଗୋଲ କରିଛନ୍ତି। ଅଗୁରୋ ୨୦୧୧ରେ ସିଟି ପାଇଁ ଖେଳିବା ଆରମ୍ଭ କରିଥିଲେ।