Maharashtra, Oct 24 (ANI): Nationalist Congress Party (NCP) chief Sharad Pawar speaks at a press conference in Mumbai on Thursday. (ANI Photo)
ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମସ୍ତଙ୍କ ନଜର ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଉପରେ ରହିଛି। ସୋମବାର ପାଓ୍ବାର ସୋନିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଦିଲ୍ଲୀରେ ମଧ୍ୟ ପହଞ୍ଚି ସାରିଲେଣି। ତେବେ ସେଠାରେ କିଛି ଖବରଦାତା ତାଙ୍କୁ ସରକାର ଗଠନ ନେଇ ପ୍ରଶ୍ନ କରିଥିଲେ। ହେଲେ ପାଓ୍ବାର ନିଜର ସସ୍ପେନ୍ସ ଜାରି ରଖିବା ସହ କହିଛନ୍ତି, ଏହି ପ୍ରଶ୍ନ ମୋତେ ନୁହେଁ ବରଂ ଭାଜପା ଓ ଶିବସେନାକୁ ପଚାରିବା ଉଚିତ୍। ଅନ୍ୟପଟେ ସୋନିଆଙ୍କ ସହ ଭେଟିବା କଥାକୁ ସେ ସ୍ବୀକାର କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ପୂର୍ବରୁ ପାଓ୍ବାର କିଛି ସ୍ପଷ୍ଟ କରିବାକୁ ଚାହୁଁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।