ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମହାରାଷ୍ଟ୍ରର ମନ୍ତ୍ରୀଥିବା ନଓ୍ବାଜ ମଲିକ କହିଛନ୍ତି ଖୁବ୍‌ଶୀଘ୍ର ଏହା ବିଧାନସଭାରେ ପାସ୍‌ କରାଯିବ। ସୂଚନାଯୋଗ୍ୟ, ପ୍ରାୟ ଦୁଇମାସ ହେବ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନ୍‌ସିପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ଏବେ ସେ ସାଧାରଣ ଜନତାଙ୍କ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା ଜାରି ରଖିଥିବା ଆଲୋଚନା ହେଉଛି।