ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ ବୀଣା

ଜାମଟିକ୍ରା, ୯ା୧୨(ଡି.ଏନ୍‌.ଏ.)-
ବରଗଡ଼ ଜିଲା ଅତାବିରା ଏନ୍‌ଏସି ଅଧୀନ ୧୧ ନମ୍ବର ଓ୍ବାର୍ଡ ରେଙ୍ଗାଲିପାଲି କୁଡ଼ାପଡ଼ାର ଟିକେଶ୍ୱର ସାହୁ ଆର ତିଲୋତ୍ତମାକଁର ସାନ ଝି’ ବୀଣା ସାହୁ(୨୫)। ସେ ଜନ୍‌ମୁ ପୋଲିଓ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ଝି’ ବଡ଼ ହେଲା ଉତାରୁ ତାକର ସେବାରେ ମା’ବାପ୍‌ର ଦିନ୍‌ ବିତିଯାଉଛେ। ହେଲେ ବୀଣା ଆଏଜ୍‌ତକ ସବୁପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ରେଙ୍ଗାଲିପାଲି କୁଡ଼ାପଡ଼ାର ଟିକେଶ୍ୱର ସାହୁକଁର ପରିବାର କହେଲେ ମାଏକିନା ତିଲୋତ୍ତମା, ଦୁଇ ଝି’ ଆର ଗୁଟେ ପୁଓକେ ନେଇ ସଁସାର। ସାନ୍‌ ଝି’ ବୀଣା ଜନମ୍‌ ବେଲେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ସେଦିନ୍‌ଠାନୁ ତାକର ଦୁଇ ଗୋଡ଼ ଅଚଲ ହେଇଯାଇଛେ। ସେ ସମିଆରେ ମା’ବାପ୍‌ ବୀଣାକେ ଅନେକ ଡାକ୍‌ତରଖାନା ନେଇ ଚିକିଛା କରେଇ ନିରାଶ ହେଇଥିଲେ। ଏହେଦେ ବୀଣା ଗୁଟେ ପରକାର ମା’ବାପ୍‌ ଉପରେ ବୋଝ୍‌ ପାଲଟିଯାଇଛନ୍‌। ସେ ଚାଲି ନାଇଁ ପାରବାର, ଘେସ୍‌ରି ଘେସ୍‌ରି ଯିବାର ଆଏବାର କରୁଛନ୍‌। ମା’ ତିଲୋତ୍ତମା ବୀଣାର ଖିଆପିଆ, ଗଧାମଘା, ଝାଡ଼ାଝପଟ୍‌ ସବୁ କଥା ବୁଝୁଛନ୍‌। ଇଆଡ଼େ ପରିବାରର ସଁପତି କହେଲେ ୨ ଏକର ଜମି। ଏହେଦେ ବୀଣାର ବଏସ୍‌ ବଢ଼ବାର ଲାଗି ତାହାକୁ କେନ୍‌କେ ନେବାର ଆନ୍‌ବାରେ ବହୁତ୍‌ ଅସ୍‌ବିଧା ହେଉଛେ। ଆଏଜ୍‌ତକ ତାକର ଆଧାର କାର୍ଡ ତିଆର ନାଇଁ ହେଇପାରି। ଭିନେ ଭିନେ ଜାଗାରେ ମା’ବାପ୍‌ ବୀଣାର ଆଧାର କାର୍ଡ ଲାଗି ଅନ୍‌ଲାଇନ ଆବେଦନ କରି ନିରାଶ ହେଇଛନ୍‌। ସେନ୍‌ତା ବୀଣାର ପାସେ ଆଏଜ୍‌ତକ ଦିବ୍ୟାଙ୍ଗ ପରମାନପତର ବି ନଁାଇଁନ। ଇଆଡ଼େ ଆଧାର କାର୍ଡ ଅଭାବୁ ସେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ବୀଣା ଝନେ ଦିବ୍ୟାଙ୍ଗ ଆର ଗୁଟେ ଗରିବ୍‌ ପରିବାରର ଝି’ ହେଇଥିଲେ ବି ଦିବ୍ୟାଙ୍ଗ ଭତା, ରାଶନ ସାମାନ, ତିନ୍‌ ଚକିଆ ସାଇକେଲ, ଦିବ୍ୟାଙ୍ଗ ପରମାନପତର, ଆଧାର କାର୍ଡ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଉପେ ଶୂଇନ୍‌ ମା’ବାପ୍‌ ଝି’କେ ସବୁପରକାର ସରକାରୀ ସବୁଧା ଯୁଗେଇ ଦେବାକେ ଗଣମାଧ୍ୟମ ଜରିଆରେ ରାଏଜ୍‌ ସରକାର ଆର ବରଗଡ଼ ଜିଲା ପରଶାସନକେ ଗୁହାରି କରିଛନ୍‌।

Share