human chain kolkata at shyambazar Express Photo Shashi Ghosh
କୋଲକାତା,୨୬।୧: ସମ୍ବିଧାନ ସୁରକ୍ଷା ପାଇଁ କୋଲକାତାରେ ୧୧ କିମି ଲମ୍ବ ମାନବ ଶୃଙ୍ଖଳ ଲୋକମାନଙ୍କ ଦ୍ୱାରା କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଏଭଳି ହୋଇଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରି ୟୁନାଇଟେଡ୍ ଇଣ୍ଟରଫେଥ୍ ଫାଉଣ୍ଡେଶନ୍ ଇଣ୍ଡିଆ(ୟୁଆଇଏଫ୍ଆଇ) ପକ୍ଷରୁ ଏହି ମାନବ ଶୃଙ୍ଖଳ କରାଯାଇଛି। ଗୋପାଲ ପାର୍କସ୍ଥିତ ରାମକୃଷ୍ଣ ମିଶନଠାରୁ ଶ୍ୟାମବଜାରସ୍ଥିତ ନେତାଜୀ ମୂର୍ତ୍ତି ପର୍ଯ୍ୟନ୍ତ ଏହି ମାନବ ଶୃଙ୍ଖଳ କରାଯାଇଥିଲା। ଲୋକେ ହାତରେ ଜାତୀୟ ପତାକା ଧରି ଏଥିରେ ସାମିଲ୍ ହୋଇଥିଲେ।