Single hand of drowning man in sea asking for help
ଗୋପାଳପୁର,୩୧ା୧୦-ସମୁଦ୍ରରେ ଭାସି ଯାଉଥିବା ମା’ ପୁଅଙ୍କ ସମେତ ୩ ଜଣଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ସେମାନେ ହେଲେ କଲିକତାର ପ୍ରୋବି କୁମାର ଦତ୍ତଙ୍କ ସ୍ତ୍ରୀ ପୋମ୍ପା (୨୬), ପୁଅ ଅରିକ୍ଷିତ (୪) ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟନାମର ପି.ଧର୍ମା ରାଓ। ପ୍ରକାଶ ଯେ, ପୂର୍ବାହ୍ନରେ କଲିକତା ଅଞ୍ଚଳର ପ୍ରୋବି, ପୋମ୍ପା ଓ ପୁଅ ଅରକ୍ଷିତ ଗୋପାଳପୁର ବେଳାଭୂମିରେ ବସିଥିଲେ। ଏହି ସମୟରେ ସମୁଦ୍ରରୁ ଏକ ବଡ଼ ଲହଡ଼ି ଆସି ପୋମ୍ପା ଓ ଅରିକ୍ଷୀତଙ୍କୁ ଗଭୀର ଜଳକୁ ନେଇଯାଇଥିଲା। ତାଙ୍କ ସ୍ବାମୀ ପ୍ରୋବି ପାଟି କରିବାରୁ ବେଳାଭୂମିରେ କାର୍ଯ୍ୟରତ ଗୃହରକ୍ଷୀ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା କରିବା ପରେ ଉଭୟଙ୍କ ଚେତା ଫେରିଥିଲା। ସେହିପରି ଧର୍ମା ସନ୍ଧ୍ୟାରେ ଗୋପାଳପୁର ସମୁଦ୍ର କୂଳକୁ ବୁଲିବାକୁ ଆସି କୌଣସି କାରଣରୁ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଧର୍ମାଙ୍କୁ ବ୍ରହ୍ମପୁର ବଡ ମେଡିକଲରେ ଭର୍ତ୍ତି କରାଇଥିଲେ।