ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଭୂମୀ

ମୁମ୍ବାଇ: ବଲିଉଡ୍‌ରେ ଖୁବ୍‌କମ୍‌ ସମୟ ପାଇଁ ନଜର ଆସିଥିବା ନାୟିକା ଭୂମୀ ପେଡନେକର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୁସାନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପୂର୍ବରୁ ଭୂମୀ ଏକ ଫଟୋ ଶୁଟ୍‌ କରିଥିଲେ। ଏବେ ଏହି ଫଟୋଶୁଟ୍‌ର କିଛି ଫଟୋ ୟଙ୍ଗଷ୍ଟରଙ୍କୁ ବେଶ୍‌ ପସନ୍ଦ ଆସିଛି। ପ୍ରଥମେ ସେ ବଲିଉଡ୍‌ରେ ‘ଦମ୍‌୍‌ ଲଗାକର୍‌ ହୈସା’ରେ ଡେବ୍ୟୁ କରିଥିବା ବେଳେ ତାଙ୍କ ଫିଗର ଏତେ ଆକର୍ଷଣୀୟ ନ ଥିଲା। ଏବେ କିନ୍ତୁ ଯେଉଁ ଫଟୋଶୁଟ୍‌ କରିଛନ୍ତି ସେଥିରେ ଭୂମୀ ଖୁବ୍‌ ହଟ୍‌ ଲୁକ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଆଲୋଚନା ହେଉଛି। ଆଗ ଅପେକ୍ଷା ସେ କୁଆଡେ ଖୁବ୍‌ ପତଳା ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି।