Students in exam hall at a college in Andheri as HSC examination started on Tuesday. Express Photo by Santosh Parab. 28.02.2017. Mumbai.
ଗୋପ, ୩୧।୧୦(ଡି.ଏନ୍.ଏ.)-ଗୋପ ଶିକ୍ଷାବିଭାଗ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏ ସମ୍ପର୍କରେ ଶିକ୍ଷାବିଭାଗ ଅଧିକାରୀମାନେ ନିରବ ରହିବା ଘଟଣା ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିବା ସହ ଶିକ୍ଷା ବିଭାଗ ଉପରୁ ବିଶ୍ୱାସ ତୁଟିବାରେ ଲାଗିଛି। ଶୁକ୍ରବାର ଭୂଗୋଳ ପରୀକ୍ଷା ଥିବାବେଳେ ଛାତ୍ରୀଛାତ୍ରମାନେ ଲିକ୍ ପ୍ରଶ୍ନପତ୍ରରେ ପରୀକ୍ଷା ଦେବା ପ୍ରାୟ ନିଶ୍ଚିତ ହୋଇପଡ଼ିଛି।
ପ୍ରକାଶ ଯେ, ଚଳିତ ବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକକ ପରୀକ୍ଷା କରିବା ଲାଗି ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ନିର୍ଦ୍ଦେଶ ମୁତାବକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଶିକ୍ଷା ବିଭାଗକୁ ପଠାଯାଇଥିବାବେଳେ ଏହି ପ୍ରଶ୍ନପତ୍ର ଗୋପ ଶିକ୍ଷା ବିଭାଗ ଅଞ୍ଚଳରେ ଲିକ୍ ହେବା ସହ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ କେତେକ ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାରେ ସେ ସାମାନ୍ୟ ପରୀକ୍ଷା କହି ଏପରି ଏହି ଘଟଣାକୁ ଏଡ଼ାଇବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଶିକ୍ଷା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଅଭିଭାବକମହଲରେ ନିନ୍ଦା କରାଯାଇଛି। ଅପରପକ୍ଷରେ ଗୋପ ବ୍ଲକ୍ରେ ଆବଶ୍ୟକତା ଅନୁଯାୟୀ ପ୍ରଶ୍ନପତ୍ର ପହଞ୍ଚତ୍ ନ ଥିବାରୁ ଛାତ୍ରୀଛାତ୍ରମାନେ ଜେରକ୍ସ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେବୋଲି କୁହାଯାଉଛି। ଏ ସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରୀ ମିଶ୍ରଙ୍କୁ ପଚାରିବାରେ ଏକକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କଥା ଗଣମାଧ୍ୟମରୁ ଜାଣିଲି। ଏନେଇ ତଦନ୍ତ କରୁଛି ବୋଲି କହିବା ସହ ଆବଶ୍ୟକୀୟ ପ୍ରଶ୍ନପତ୍ର ଆସି ନ ଥିବାରୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛି ବୋଲି ସେ କହିଥିଲେ।