BEIJING, March 2, 2020 -- Chinese President Xi Jinping, also general secretary of the Communist Party of China Central Committee and chairman of the Central Military Commission, talks with experts during his visit to the School of Medicine at Tsinghua University in Beijing, capital of China, March 2, 2020. Xi on Monday inspected the scientific research on novel coronavirus disease COVID-19 as well as the diagnosis and treatment of the disease in his visit to two institutes in Beijing. (photo by Yan Yan/Xinhua via Getty)
ବେଜିଂ,୧୭।୪: କରୋନା ଭୂତାଣୁ ବିଶ୍ୱରେ ମହାମାରୀର ରୂପ ନେଇଛି। ୨୧୦ ଦେଶ ଏବେ ଏହା କବଳରେ ପଡ଼ି ଛଟପଟ ହେଉଛନ୍ତି। ଚାଇନାରୁ ଆସିଥିବା ଏହି ଭୂତାଣୁ ଏବେ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିପକାଇଛି। ପ୍ରାରମ୍ଭରୁ ଏନେଇ ଲୋକଙ୍କୁ ସତର୍କ କରାଯାଇଥିଲେ ସୁଫଳ ମିଳିବାର ସମ୍ଭାବନା ସୃଷ୍ଟି ହୋଇଥାନ୍ତା ବୋଲି କୁହାଯାଉଛି। ଚାଇନା କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ପ୍ରଥମେ ଜାଣିଥିଲେ ବି ଲୋକମାନଙ୍କୁ ସତର୍କ କରାଇବାରେ ବିଫଳ ହୋଇଥିଲା।
ଗତବର୍ଷ ଡିସେମ୍ବରରେ ଏହି ଭୂତାଣୁ ଚାଇନାର ଉହାନରେ ପ୍ରଥମେ ଲୋକଙ୍କୁ ଆକ୍ରାନ୍ତ କରିଥିଲା। ଚାଇନାର ବରିଷ୍ଠ ଅଧିକାରୀମାନେ ନୂଆ ଭୂତାଣୁର ଭୟାବହତା ଅନୁଭବ କରିବାର ୬ ଦିନ ପୂର୍ବରୁ ଚନ୍ଦ୍ର ନବବର୍ଷ ପାଳନ ଲାଗି ଉହାନରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ବିଦେଶ ଫେରନ୍ତା ମଧ୍ୟ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ଜାନୁୟାରୀ ୨୦ରେ ଏନେଇ ଲୋକମାନଙ୍କୁ ସତର୍କ କଲାବେଳକୁ ୩ହଜାର ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇସାରିଥିଲେ। ୬ ଦିନ ପୂର୍ବରୁ ଚାଇନାର ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ(ସିଡିସି) ପାଖରେ କୌଣସି ଆକ୍ରାନ୍ତଙ୍କ ତାଲିକା ନ ଥିଲା। ଚାଇନାର ସାମାନ୍ୟ ବିଳମ୍ବ ଯୋଗୁ ଏବେ ସାରା ବିଶ୍ୱ କରୋନା ମହାମାରୀର ଶିକାର ହୋଇ କଲବଲ ହେଉଛି।
ଜାନୁୟାରୀ ୫ରୁ ୧୭ ମଧ୍ୟରେ ଉହାନରେ ଭୂତାଣୁ ଆକ୍ରାନ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏହାପରେ ଜାନୁୟାରୀ ୧୩ରେ ପ୍ରଥମ କରି ବିଦେଶ(ଥାଇଲାଣ୍ଡ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଭୂତାଣୁର ଭୟାବହତା ବାହାରେ ପ୍ରକାଶ ନ କରି ଚାଇନା ଏହାକୁ ଲୁଚାଇ ରଖିଲା। ବିଳମ୍ବରେ ଏନେଇ ସଫେଇ ଦିଆଯାଇଥିଲା। ଏହାଛଡ଼ା ମଣିଷରୁ ମଣିଷକୁ ଏହି ଭୂତାଣୁ ବ୍ୟାପିବାର ଆଶଙ୍କା କମ୍ ବୋଲି ଜାନୁୟାରୀ ୧୫ରେ ସିଡିସି ଇମର୍ଜେନ୍ସି ସେଣ୍ଟର ମୁଖ୍ୟ ଲି କୁନ୍ଙ୍କ ମନ୍ତବ୍ୟ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଜାନୁୟାରୀ ୨୦ରେ ରାଷ୍ଟ୍ରପତି ଜି. ଜିନ୍ପିଙ୍ଗ ପ୍ରଥମ ଥର ଲାଗି ଭୂତାଣୁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଇଥିଲେ। ମହାମାରୀ ବିଶେଷଜ୍ଞ ଡା. ଝୋଙ୍ଗ୍ ନନ୍ଶାନ୍ ପ୍ରଥମ ଥର ଲାଗି ମଣିଷରୁ ମଣିଷକୁ ଏହା ବ୍ୟାପେ ବୋଲି ପ୍ରକାଶ କରିଥିଲେ। ଚାଇନାର ଏଭଳି ବିଳମ୍ବ ଯୋଗୁ ଆମେରିକା ସହ ଅନ୍ୟ ବିକଶିତ ଦେଶଗୁଡ଼ିକ ଦୋଷ ଲଦିଛନ୍ତି। ପୂର୍ବରୁ ଭୂତାଣୁ ସମ୍ପର୍କରେ ସତର୍କ କରାଯାଇଥିଲେ ଏଭଳି ମହାମାରୀର ଶିକାର ହେବାକୁ ପଡ଼ି ନଥାନ୍ତା ବୋଲି କୁହାଯାଇଛି। ସାମୋଜିକ ଦୂରତ୍ୱ ରକ୍ଷା, ବହୁଳ ମାସ୍କ ବ୍ୟବହାର ଓ ଡାକ୍ତରୀ ଚିକିତ୍ସା ଫଳରେ ପ୍ରାରମ୍ଭରୁ ଏହାକୁ ରୋକାଯିବା ଲାଗି ସମୂହ ପ୍ରୟାସ କରାଯାଇ ପାରିଥାନ୍ତା ବୋଲି ବହୁମତ ପ୍ରକାଶ ପାଇଛି।