Categories: Home Leftଖେଳ

ସଞ୍ଜୁ ସାମସନଙ୍କୁ ଚିୟର କଲେ ଥିରୁଭାନନ୍ତପୁରମ ଦର୍ଶକ

ଥିରୁଭାନନ୍ତପୁରମ,୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଇକେଟକିପର ସଞ୍ଜୁ ସାମସନଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ମାତ୍ର ଟସ୍‌ ପଡ଼ିବା ଆଗରୁ ସଞ୍ଜୁ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବାବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ତାଙ୍କୁ ଚିୟର କରିଥିଲେ। ସାମସନ…ସାମସନ.. ଡାକରେ ଗୁଞ୍ଜି ଉଠିଥିଲା ପୂରା ଷ୍ଟାଡିୟମ। ଏହାର ଏକ ଭିଡିଓ ବିସିସିଆଇ ତା’ର ଟୁଇଟର ପେଜରେ ଶେୟାର କରିଛି। ସେହିଭଳି ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ତାନ ରୟାଲ୍ସ ମଧ୍ୟ ଏକ ଭିଡିଓ ଶେୟାର କରାଯାଇଛି।

Share