ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟଙ୍କ ସୁରକ୍ଷା ୱାଇ ପ୍ଲସରୁ ବଢ଼ାଯାଇ ଜେଡ କାଟାଗୋରୀ କରାଯାଇଛି। ସେହିପରି ସମାଜସେବୀ ଆନ୍ନା ହାଜାରେଙ୍କ ସୁରକ୍ଷା ବଢ଼ାଯାଇ ଜେଡ ସୁରକ୍ଷା ଅନ୍ତର୍ଭୁକ୍ତ କରିଛନ୍ତି ସରକାର। ସଚିନଙ୍କ ବ୍ୟତୀତ ମହାରାଷ୍ଟ୍ରର ଭାଜପା ନେତା ଏକନାଥ ଖଡସେଙ୍କୁ ୱାଇ କାଟାଗୋରୀରେ ସୁରକ୍ଷା ଦିଆଯାଉଥିଲା। ତାହା ମଧ୍ୟ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, ମୋଟ ୯୭ ଜଣ ବ୍ୟକ୍ତିଙ୍କ ସୁରକ୍ଷା ବାବଦରେ ସରକାର ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି।