Australia's Marnus Labuschagne walks off the field after he lost his wicket for 185 runs during their cricket test match against Pakistan in Brisbane, Australia, Saturday, Nov. 23, 2019. (AP Photo/Tertius Pickard)
ସିଡନୀ,୧୨।୨: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଏହା ଜାଣି ଲାବୁଶେନ କହିଛନ୍ତି, ଜୀବନରେ ଯାହାକୁ ଅନୁସରଣ କରିଛି, ତାଙ୍କଠାରୁ ମୋ ପ୍ରଶଂସା ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇପଡିଛି। ଏବେ ଯାହା ଅନୁଭବ କରୁଛି ତାହା ବୟାନ କରିବା ମୋ ଶବ୍ଦ ନାର୍ହି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲାବୁଶେନଙ୍କ ବ୍ୟାଟିଂ ଶୈଳୀ ସଚିନଙ୍କୁ ନିଜ କଥା ମନେ ପକାଇଦେଇଛି। ସଚିନ କହିଥିଲେ, ମୁଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲଡର୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦେଖୁଥିଲି। ଯେତେବେଳେ ଷ୍ଟିଭ ସ୍ମିଥ ଆହତ ହୋଇ ମ୍ୟାଚରୁ ବାଦ ପଡିଥିଲେ ତାଙ୍କ ସ୍ଥାନରେ ଲାବୁଶେନ କନକସନ ସବଷ୍ଟଚ୍ୟୁଟ ଭାବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ। ମୁଁ ସେଠାରେ ନିଜ ଶ୍ୱଶୁରଙ୍କ ସହ ବସି ମ୍ୟାଚ ଦେଖୁଥିଲି। ଜୋଫ୍ରା ଆର୍ଚରଙ୍କ ବଲରେ ଲାବୁଶେନଙ୍କୁ ଆଘାତ ଲାଗିଥିଲା ଏବଂ ଏହା ପରେ ୧୫ ମିନିଟ ପର୍ଯ୍ୟନ୍ତ ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ମୋତେ ବେଶ ପ୍ରଭାବିତ କରିଥିଲି। ସେହି ସମୟରେ ମୁଁ କହିଥିଲି, ‘ଏହି ଖେଳାଳି ଜଣକ ବହୁତ ଖାସ’। ଲାବୁଶେନଙ୍କର ଫୁଟୱର୍କ ସଠିକ ରହିଛି। ଫୁଟୱର୍କ କେବଳ ଶାରୀରିକ ନୁହେଁ, ମାନସିକ ଭାବେ ସଠିକ ହେବା ଦରକାର। ଯଦି ଆପଣ ସକାରାତ୍ମକ ଚିନ୍ତାଧାରା ସହ ବ୍ୟାଟିଂ କରିବେ ନାହିଁ, ତାହେଲେ ଆଗକୁ ବଢିପାରିବେ ନାହିଁ। ୨୫ ବର୍ଷୀୟ ଲାବୁଶେନ ୨୦୧୯ରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ (୧୧୦୪) ହୋଇଥିଲେ। ଆଶେସରେ ମଧ୍ୟ ସେ ପ୍ରଭାବୀ ବ୍ୟାଟିଂ କରି ୫୦.୪୨ ହାରରେ ୩୫୩ ରନ କରିଥିଲେ।