New Delhi: Justice Sharad Arvind Bobde signs on a register after taking oath as the 47th Chief Justice of India (CJI) at Rashtrapati Bhavan, in New Delhi, Monday, Nov. 18, 2019. Justice Bobde will have a tenure of around 17 months and would demit office on April 23, 2021. (PTI Photo/Manvender Vashist)(PTI11_18_2019_000020B)
ନୂଆଦିଲ୍ଲୀ,୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ବିଚାର କରି ଗୁରୁବାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଦେ କହିଛନ୍ତି ଯେ, ଦେଶ ସମ୍ପ୍ରତି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପରିସ୍ଥଳେ ସିଏଏ ପାଇଁ ଚିନ୍ତା ନ କରି ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ହିଂସା ବନ୍ଦ ହୋଇ ଦେଶରେ ଶାନ୍ତି ଆସିବା ପରେ ହିଁ ସିଏଏ ଉପରେ ବିଚାର କରାଯିବ।