ସକାଳେ କପେ ରେଡ୍‌ ଟି…

ସକାଳେ ରେଡ୍‌ ଟି ପିିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌ ଆଦି ତତ୍ତ୍ୱ ରହିଥାଏ। ଏହାକୁ ନିୟମିତ ପିଇଲେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇ ହାର୍ଟ ଆଟାକ୍‌, ରକ୍ତଚାପ ଓ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ । ରେଡ୍‌ ଟି ପାଚନ କ୍ରିୟାକୁ ସନ୍ତୁଳିତ କରିବା ସହିତ ହାଡ଼କୁ ଟାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥିବା ଆଣ୍ଟି ଏଜିଂ ତତ୍ତ୍ୱ ବୟସ ବୃଦ୍ଧିକୁ ରୋକି ତ୍ୱଚାରେ ଚମକ ଆଣିଥାଏ । ଫଳରେ ଯୁବସୁଲଭ ଠାଣି ବଜାୟ ରହିଥାଏ। ମେଦବହୁଳତା ଓ ବୃକ୍‌କ ଜନିତ ସମସ୍ୟାର ନିରାକରଣରେ ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।