ଷ୍ଟ୍ରୋକ୍‌ ରୋଗୀ ଓ ରୋବୋ

ଚିକିତ୍ସା ବିଜ୍ଞାନରେ ରୋବୋର ବ୍ୟବହାର କିଛି ନୂଆ କଥା ନୁହେଁ। ଏବେ ଜଟିଳ ଅପରେଶନ ପାଇଁ ଏହାର ସହାୟତା ନିଆଯାଉଛି। ନିକଟରେ ଜାପାନର ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ରୋବଟ୍‌ ପ୍ରସ୍ତୁତ କରିଛନ୍ତି ଯାହା ଅକ୍ଳେଶରେ ଜଣେ ଷ୍ଟୋକ୍‌ ରୋଗୀର ଯତ୍ନ ନେଇପାରିବ। ଏହି ରୋଗୀକୁ ଠିକ୍‌ ସମୟରେ ଔଷଧ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ କିପରି ଅଛି ସେ ନେଇ ସୂଚନା ସଂଗ୍ରହ ମଧ୍ୟ କରିପାରିବ। ପରୀକ୍ଷାମୂଳକ ଭାବରେ ଏପରି ରୋବଟ୍‌କୁ ବ୍ୟବହାର କରି ସଫଳତା ମିଳିଛି ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଦର୍ଶାଇଛନ୍ତି।

Share