LONDON, ENGLAND - JUNE 29: Mitchell Starc of Australia appeals during the Group Stage match of the ICC Cricket World Cup 2019 between New Zealand and Australia at Lords on June 29, 2019 in London, England. (Photo by Mike Hewitt/Getty Images)
ଲଡର୍ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍ର ବୃହତ୍ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍ରେ ୫ ଉଇକେଟ ନେବା ସହ ଷ୍ଟାର୍କ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପ୍ ଇତିହାସରେ ପ୍ରଥମ ବୋଲର ଭାବେ ୩ଥର ଗୋଟିଏ ଇନିଂସ୍ରେ ୫ ଉଇକେଟ ନେବାର ସଫଳତା ପାଇଛନ୍ତି। ୨୦୧୫ ବିଶ୍ୱକପ୍ରେ ଷ୍ଟାର୍କ ଅକ୍ଲାଣ୍ଡଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍ ମ୍ୟାଚ୍ରେ ୬ ଉଇକେଟ ନେଇଥିଲେ। ବିଶ୍ୱକପ୍ ଇତିହାସରେ ଏକ ନିର୍ଦ୍ଧିଷ୍ଟ ଦଳ ବିପକ୍ଷରେ ଦୁଇ ଥର ୫ ଉଇକେଟ ନେବାରେ ଷ୍ଟାର୍କ ଏକମାତ୍ର ବୋଲର। ଚଳିତ ବିଶ୍ୱକପ୍ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ନେଇଥିଲେ। ଏଥିସହ ୨୪ ଉଇକେଟ ସହ ଷ୍ଟାର୍କ ଚଳିତ ବିଶ୍ୱକପ୍ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇ ରହିଛନ୍ତି। ବିଶ୍ୱକପ୍ର ଦୁଇଟି ସଂସ୍କରଣରେ ସେ ମୋଟ ୪୬ ଉଇକେଟ ନେଇସାରିଛନ୍ତି। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୪୪ ରନ୍ର ବିଜୟ ଲକ୍ଷ୍ୟ ଆଗରେ ନ୍ୟୁଜିଲାଣ୍ଡ ୧୫୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।